କରୋନା ସଂକ୍ରମଣରେ ଆସାମକୁ ଟପିଲା ଓଡ଼ିଶା

ଦିନକରେ ୩୮୧୦ ପଜିଟିଭ୍, ୮ ମୃତ, ସୁସ୍ଥ ‌ହେଲେ ଆଉ ୨୫୯୦

ଭୁବନେଶ୍ୱର : କରୋନା ସଂକ୍ରମଣରେ ଆସାମକୁ ଟପି ଯାଇଛି ଓଡ଼ିଶା। ଗତକାଲି ସୁଦ୍ଧା ଆସାମରେ ୧ଲକ୍ଷ ୨୩ହଜାର ୯୨୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୧ଲକ୍ଷ ୨୪ହଜାର ୩୧ ଆକ୍ରାନ୍ତ ରହିଛନ୍ତି। ଦୁଇ ରାଜ୍ୟ ଭିତରେ ମାତ୍ର ୧୦୯ ରୋଗୀଙ୍କ ବ୍ୟବଧାନ ରହିଛି। ଯଦିଓ ଓଡ଼ିଶାର ଯଥେଷ୍ଟ ପୂର୍ବରୁ ଆସାମ କରୋନା ସଂକ୍ରମଣରେ ୧ଲକ୍ଷ ସଂଖ୍ୟାକୁ ଛୁଇଁଥିଲା, ମାତ୍ର ଗତ କିଛିଦିନ ଧରି ଓଡ଼ିଶାରେ ଲାଗି ରହିଥିବା ଦ୍ରୁତ ସଂକ୍ରମଣ ଯୋଗୁଁ ଆସାମ ପଛରେ ପଡ଼ିଯାଇଛି। ରାଜ୍ୟରେ ଏଭଳି ପରିସ୍ଥିତି ଲାଗି ରହିଲେ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ଓଡ଼ିଶା ସଂକ୍ରମଣରେ ପଛରେ ପକାଇ ଦେବାର ଆଶଙ୍କା ସୃଷ୍ଟି ହେଲାଣି।

ଆସାମରେ ୩୫୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୫୪୬ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୩୮୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଙ୍ଗ‌ରୋଧରୁ ୨୨୮୬ ଓ ୧୫୨୪ ଲୋକାଲ କଣ୍ଟାକ୍ଟସ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୭୯୭ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ୩୯୬, କଟକ ୩୨୨, ଯାଜପୁର ୨୫୨ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଝାରସୁଗୁଡ଼ା ୧୯୨, ମୟୂରଭଞ୍ଜ ୧୪୨, ବାଲେଶ୍ବର ୧୨୦, ପୁରୀ ୧୧୭, ଗଞ୍ଜାମ ୧୦୮, ଭଦ୍ରକ ୧୦୭, ସୋନପୁର ୧୦୬, ରାୟଗଡ଼ା ୧୦୧, ନୂଆପଡ଼ା ୯୩, କେନ୍ଦୁଝର ଓ କୋରାପୁଟରୁ ୮୪ ଲେଖାଏଁ, ସମ୍ବଲପୁରରୁ ୮୩, ନବରଙ୍ଗପୁର ୭୮, ଅନୁଗୁଳ ୭୩, ଜଗତସିଂହପୁର ୬୭, ନୟାଗଡ଼ ୬୨, କଳାହାଣ୍ଡି ୫୭, ଢେଙ୍କାନାଳ ୫୧, କନ୍ଧମାଳ ୪୫, ବଲାଙ୍ଗୀର ୪୩, ମାଲକାନଗିରି ୩୭, ସୁନ୍ଦରଗଡ଼ ୩୪, ବୌଦ୍ଧ ୨୯, ଗଜପତି ୨୦ ଓ ଦେବଗଡ଼ରୁ ୭ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଖୋର୍ଧା ଜିଲ୍ଲାରେ ରହିଛନ୍ତି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୧ ହଜାର୪୧୫ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହାବାଦ୍ ଗଞ୍ଜାମରେ ୧୮,୬୫୨, କଟକ ୧୦,୩୬୫, ରାୟଗଡ଼ା ୫୩୦୯, ସୁନ୍ଦରଗଡ଼ ୪୮୪୭, ମୟୂରଭଞ୍ଜ ୪୭୬୧, ଯାଜପୁର ୪୬୦୩, ପୁରୀ ୪୪୨୩, ବାଲେଶ୍ବର ୪୩୩୦, କୋରାପୁଟରେ ୪୦୬୫ ଆକ୍ରାନ୍ତ ରହିଛନ୍ତି। ରାଜ୍ୟର ୨୭ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି।

ରାଜ୍ୟରେ ଆଜି ଆଉ ୮ଜଣଙ୍କର କରୋନା ମୃତ୍ୟୁ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା ହୋଇଛି। ଏଥିରେ ଗଞ୍ଜାମରୁ ୪ଜଣ, ଖୋର୍ଧା, ରାୟଗଡ଼ା, ସୁନ୍ଦରଗଡ଼ ଓ କୋରାପୁଟରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ଗଞ୍ଜାମରେ ଏ ପର୍ଯ୍ୟନ୍ତ ସର୍ବାଧିକ ୨୦୪ଜଣ ପ୍ରାଣ ହରାଇଛନ୍ତି। ଏହାବାଦ୍ ଖୋର୍ଧାରେ ୭୫, ସୁନ୍ଦରଗଡ଼ ୩୮, କଟକ ୩୭, ଗଜପତି ୧୮, ପୁରୀ ୧୬, ସମ୍ବଲପୁର ୧୫, ବାଲେଶ୍ବର ଓ ନୟାଗଡ଼ରେ ୧୩ଜଣ ଲେଖାଏଁ ଓ କନ୍ଧମାଳରେ ୧୨ଜଣ କରୋନାର ଶିକାର ହୋଇଛନ୍ତି।

ଆଜି ରାଜ୍ୟରେ ୨୫୯୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ କଟକ ଜିଲ୍ଲାରେ ସର୍ବାଧିକ ୪୩୧ଜଣ ରହିଛନ୍ତି। ଏହାବାଦ୍ ଖୋର୍ଧା ୩୮୬, ମୟୂରଭଞ୍ଜ ୨୦୨, ଗଞ୍ଜାମ ୧୪୨, ରାୟଗଡ଼ା ୧୨୦, କୋରାପୁଟ ୧୦୮, ପୁରୀ ୧୦୫, ଜଗତସିଂହପୁର ୭୮, ଭଦ୍ରକ ଓ ଯାଜପୁରରୁ ୭୭ଜଣ ଲେଖାଏଁ, କେନ୍ଦ୍ରାପଡ଼ା ୭୫, ବରଗଡ଼ ୭୨, ବାଲେଶ୍ବର ଓ ସମ୍ବଲପୁରରୁ ୭୧ଜଣ ଲେଖାଏଁ, କେନ୍ଦୁଝର ୬୮, ନୟାଗଡ଼ ୬୭, ମାଲକାନଗିରି ୬୧, ଢେଙ୍କାନାଳ ୫୯, ନବରଙ୍ଗପୁର ୫୭, ବଲାଙ୍ଗୀର ୫୪, ଝାରସୁଗୁଡ଼ା ୪୪, ବୌଦ୍ଧ ୩୪, ସୋନପୁର ଓ ସୁନ୍ଦରଗଡ଼ରୁ ୩୦ଜଣ ଲେଖାଏଁ, କଳାହାଣ୍ଡି ୨୪, ଗଜପତି ୨୦, କନ୍ଧମାଳ ୧୦, ନୂଆପଡ଼ା ୭, ଅନୁଗୁଳ ୬ ଓ ଦେବଗଡ଼ରୁ ୪ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯୬,୩୬୪ରେ ପହଞ୍ଚିଛି। ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୭ ହଜାର ୬୮ ରହିଛି।

ସମ୍ବନ୍ଧିତ ଖବର