ସରିଲା ‘ଓଡ଼ିଶା ପର୍ବ’ : ଓଡ଼ିଶାର ଅନୁଭବ ନେଲେ ଲକ୍ଷାଧିକ ଦର୍ଶକ

ଭୁବନେଶ୍ବର : ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ପକ୍ଷରୁ ଇଣ୍ଡିଆ ଗେଟ୍‌ ଲନ୍‌ ୫ରେ ଆୟୋଜିତ ‘ଓଡ଼ିଶା ପର୍ବ’ଶେଷ ହୋଇଛି। ୩ଦିନ ଧରି ଆୟୋଜିତ ଏହି ବିଶାଳ ପର୍ବରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି। ଓଡ଼ିଶାର ଖାଦ୍ୟ, କଳା, ସଂସ୍କୃତି, ସ୍ଥାପତ୍ୟକୁ ଉପଭୋଗ କରିଛନ୍ତି ଦର୍ଶକ। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଇତିହାସରୁ ଆରମ୍ଭ କରି ବର୍ତମାନ ଓ ଭବିଷ୍ୟତର ଚିତ୍ରକୁ ମଧ୍ୟ ଅନୁଭବ କରିବାର ସୁଯୋଗ ଦେଇଛି ଏହି ପର୍ବ।

ଉଦ୍‌ଯାପନୀ ସନ୍ଧ୍ୟାରେ ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଏବଂ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରିଜିତ ପଶାୟତ, ସାଂସଦ ତଥା ନୃତ୍ୟଗୁରୁ ପଦ୍ମବିଭୂଷଣ ସୋନାଲ୍‌ ମାନସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଓଡ଼ିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନ ଏବଂ ଟ୍ରଷ୍ଟି ହିରଣ୍ୟ ମହାନ୍ତି ଉପସ୍ଥିତ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖା ନୃତ୍ୟ, ପଶୁ ମୁଖା ନୃତ୍ୟ ପରିବେଷିତ ହୋଇଥିଲା। ସୋନାଲ ମାନସିଂହ ଓଡ଼ିଶୀ ନୃତ୍ୟରେ କଳିଙ୍ଗ ରଙ୍ଗ ପ୍ରଦର୍ଶନ କରିଥିଲେ। ପରେ ତାନସେନ ସିଂ, ସୌରିନ୍‌ ଭଟ୍ଟ, ଚେଲ୍‌ସୀ ବେଉରା ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର