ଭୁବନେଶ୍ୱର : ଆସନ୍ତା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ୧୦ମ ଓଡ଼ିଶା ପରିବେଶ କଂଗ୍ରେସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ହେବ। ସୂଚନା ଅନୁଯାୟୀ, ଆସନ୍ତା ଡିସେମ୍ବର ୧୫ ତାରିଖ ରବିବାର ଦିନ ଭୁବନେଶ୍ୱରର ଆଚାର୍ଯ୍ୟବିହାରସ୍ଥିତ ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟ (ଆର୍ଏମ୍ଏନ୍ଏଚ୍)ଠାରେ ସକାଳ ୯ଟା ୩୦ରେ ଏହି ପ୍ରତିଯୋଗିତା ଆରମ୍ଭ ହେବ। ପ୍ରବନ୍ଧ ପ୍ରତିଯୋଗିତାରେ ଯେଉଁମାନେ ଭାଗନେବେ, ସେମାନେ ତାହାର ପାଣ୍ଡୁଲିପି ପ୍ରସ୍ତୁତ କରି ୧୫ ତାରିଖ ସୁଦ୍ଧା ଆର୍ଏମ୍ଏନ୍ଏଚ୍ରେ ଦାଖଲ କରିପାରିବେ। ପ୍ରବନ୍ଧ ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଛି, ‘ ଦାୟିତ୍ୱସମ୍ପନ୍ନ ଖଣି ଶିଳ୍ପ ସମ୍ଭବ କି?’ ତେବେ, ତର୍କ ଓ ଚିତ୍ରାଙ୍କନର ବିଷୟବସ୍ତୁ ପ୍ରତିଯୋଗିତା ଆରମ୍ଭ ହେବାର ୧ ଘଣ୍ଟା ପୂର୍ବରୁ ଜଣାଇ ଦିଆଯିବ। ସେହିଭଳି, ଚଳତିବର୍ଷ ପରିେବଶ କଂଗ୍ରେସର ବିଷୟବସ୍ତୁ ରହିଛି ‘ ପରିବେଶ ଓ ଖଣି’।
ପରିବେଶ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ୨୨ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ପରିବେଶ କଂଗ୍ରେସର ଉଦ୍ଯାପନୀ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ ।
ସବିଶେଷ ତଥ୍ୟ ପାଇଁ ନିରୋଦ ଖୁଣ୍ଟିଆ (୮୦୯୩୧୦୯୦୯୩), ସରିତା ସାମଲ (୭୦୦୮୧୬୩୩୭୨) ଏବଂ ସଂସ୍ଥା କାର୍ଯ୍ୟାଳୟ (୦୬୭୪-୨୭୪୧୨୧୯)ରେ ଯୋଗାଯୋଗ କରିପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/maxresdefault-6.jpg)