ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରୋନାରେ ସଂକ୍ରମିତ

ଭୁବନେଶ୍ବର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରୋନାରେ ସଂକ୍ରମିତ ହୋଇଥିବାର ଖବର ମିଳିଛି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ସେ ଟୁଇଟ୍ କରି କହିଛନ୍ତି, ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛି। ଏବେ ଡାକ୍ତରୀ ଚିକିତ୍ସାରେ ରହିଛି। ଯେଉଁମାନେ ଗତକିଛି ଦନି ଭିତରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ କୋଭିଡ ନିୟମ ମାନନ୍ତୁ ଏବଂ ସତର୍କ ରୁହନ୍ତୁ।

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସାଂସଦ ଶ୍ରୀ ଉଲ୍ଲାକା ଟୁଇଟ୍‌ କରି ସୂଚନା ଦେଇ କହିଥିଲେ, ମୁଁ  ମୋର ସ୍ୱାସ୍ଥ୍ୟ ପରୀକ୍ଷାରୁ ସାମାନ୍ୟ ଲକ୍ଷଣଯୁକ୍ତ କରୋନା ସଂକ୍ରମିତ ହେବା ଜାଣିବାକୁ ପାଇଲି। ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ମାର୍ଗଦର୍ଶିକା ଅନୁସାରେ ସଙ୍ଗରୋଧରେ ରହିବା ସହିତ ନିଜ ନିଜର କୋଭିଡ ପରୀକ୍ଷା କରାଇନେବାକୁ ଅନୁରୋଧ କରୁଛି।’

ଆଗରୁ ଜଳ ସମ୍ପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏନେଇ ମନ୍ତ୍ରୀ ଶ୍ରୀ ଦାସ୍‌ ଟୁଇଟ୍‌ କରି ସୂଚନା ଦେଇ କହିଥିଲେ ମୋର ସ୍ୱାସ୍ଥ୍ୟ ପରୀକ୍ଷାରୁ କରୋନା ସଂକ୍ରମିତ ହେବା ଜାଣିବାକୁ ପାଇଲି। ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ମାର୍ଗଦର୍ଶିକା ଅନୁସାରେ ସଙ୍ଗରୋଧରେ ରହିବା ସହିତ ନିଜ ନିଜର କୋଭିଡ ପରୀକ୍ଷା କରାଇନେବାକୁ ଅନୁରୋଧ କରୁଛି।

ସମ୍ବନ୍ଧିତ ଖବର