ଓଡ଼ିଶାରେ ପିଏନ୍‌ବି ଠକେଇ ଲିଙ୍କ୍‌! ୫ସୁନାଗହଣା ଦୋକାନରେ ଚଢ଼ଉ

ଭୁବନେଶ୍ୱର: ବହୁଚର୍ଚିତ ପିଏନ୍‌ବି (ପଞ୍ଜାବ ନେସନାଲ ବ୍ୟାଙ୍କ) ଠକେଇର ଚେର ଓଡ଼ିଶାକୁ ବି ଲମ୍ବିଥିବା ସନ୍ଦେହ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଇଡି(ପ୍ରବର୍ତନ ନିର୍ଦେଶାଳୟ) ପକ୍ଷରୁ ଭୁବନେଶ୍ୱର ଓ କଟକର ଗୀତାଞ୍ଜଳି ଜୁଏଲର୍ସ ସମେତ ୫ଟି ସୁନାଗହଣା ଦୋକାନ ଉପରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ଇଡି କର୍ତୃପକ୍ଷ ଗହଣା ଦୋକାନର ଷ୍ଟକ୍‌, ବିକ୍ରି, କ୍ରୟ ଓ କେତେକ କାଗଜପତ୍ର ଯାଞ୍ଚ କରିଛନ୍ତି। ତେବେ ପିଏନ୍‌ବି ଠକେଇ ସହିତ ଏହି ଚଢ଼ଉର କୌଣସି ସମ୍ପର୍କ ନାହିଁ ବୋଲି ଇଡି କର୍ତୃପକ୍ଷ କହିଛନ୍ତି। ଇଡି କର୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଏହା ଏକ ନିୟମତ ଚଢ଼ଉ। ବ୍ରାଣ୍ଡ୍‌ ନକ୍ଷତ୍ରକୁ ନେଇ ଏଭଳି ଚଢ଼ଉ କରାଯାଇଥିଲା। ଆବଣ୍ଟନ ଓ କିଣାବିକାର କାଗଜପତ୍ର ଯାଞ୍ଚ କରାଯାଇଥିଲା। ଚଢ଼ଉ ବେଳେ ସମସ୍ତ ସୁନାଗହଣା ଦୋକାନ କର୍ତୃପକ୍ଷ ଇଡିକୁ ସହଯୋଗ କରିଥିଲେ। ଆସନ୍ତାକାଲି ମଧ୍ୟ ଏଭଳି ଚଢ଼ଉ କରାଯିବ। ତେବେ ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗୀତାଞ୍ଜଳି ବ୍ରାଣ୍ଡ୍‌ ଓ ପିଏନ୍‌ବି ଠକେଇ ସହିତ ଏହି ଚଢ଼ଉର ସଂପର୍କ ରହିଛି। ନିରବ ମୋଦି ଦେଶରେ ହେଉଥିବା ଚୋରା ସୁନାଗହଣା କାରବାରରେ ସଂପୃକ୍ତ ଥିବା ଇଡି କର୍ତୃପକ୍ଷ ଜାଣିବାକୁ ପାଇଛନ୍ତି। ଫଳରେ ଗତକାଲିଠାରୁ ସାରା ଦେଶରେ ଥିବା କିଛି ନିର୍ଦିଷ୍ଟ ପ୍ରମୁଖ ସୁନାଗହଣା ଦୋକାନରେ ଏଭଳି ଚଢ଼ଉ ଆରମ୍ଭ ହୋଇଛି। ଆଜି ସକାଳୁ ଭୁବନେଶ୍ୱର ଓ କଟକରେ ଥିବା ୫ଟି ସୁନଗହଣା ଦୋକାନ ଉପରେ ଚଢ଼ଉ ଏହାର ଅଂଶବିଶେଷ ବୋଲି ବିଚାର କରାଯାଉଛି।

ସମ୍ବନ୍ଧିତ ଖବର