ଭୁବନେଶ୍ବର: ଦେଶରେ ଗଞ୍ଜେଇ କାରବାରର ପ୍ରମୁଖ ପେଣ୍ଠସ୍ଥଳ ଭାବେ ଓଡ଼ିଶାର କୁଖ୍ୟାତି ରହିଛି। ଗଞ୍ଜେଇ ଚୋରା ଚାଲାଣର ଏକ ବଡ଼ ହବ୍‌ ପାଲଟିଛି ଓଡ଼ିଶା। ଦିଲ୍ଲୀ, ମୁମ୍ବାଇ, ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଆଦି ଅଞ୍ଚଳକୁ ଓଡ଼ିଶାରୁ ପ୍ରଚୁର ଗଞ୍ଜେଇ ଚାଲାଣ ହେଉଛି। ଓଡ଼ିଶାର ବହୁ ମାଫିଆ ଏହି କାରବାରର ମଙ୍ଗ ଧରିଥିବା ପ୍ରମାଣ ମଧ୍ୟ ରହିଛି। ଅବକାରୀ ବିଭାଗ, ନାର୍କୋଟିକ୍‌ ବ୍ୟୁରୋ, ଥାନା ପୁଲିସ ସହିତ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ହାତରେ ବହୁ ମାଫିଆ ଗିରଫ ହୋଇଛନ୍ତି। ବଡ଼ କଥା ହେଉଛି, ଓଡ଼ିଶାରେ ଗଞ୍ଜେଇ ଚାଷ ଓ ଚାଲାଣରେ ନକ୍ସଲଙ୍କ ପ୍ରଚ୍ଛନ୍ନ ହାତ ରହୁଥିବା ଜଣାପଡ଼ିଛି। ତେଣୁ ୨୦୨୬ ମସିହା ସୁଦ୍ଧା ଓଡ଼ିଶାରୁ ନକ୍ସଲ ମୂଳପୋଛ କରିବା ସହ ଗଞ୍ଜେଇ ଚାଷକୁ ପୂରା ବନ୍ଦ କରିବାକୁ ଡିଜିପି ୱାଇବି ଖୁରାନିଆ ବିଭାଗୀୟ ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି। କିନ୍ତୁ ଏସବୁ ଭିତରେ ନିଶାମାଫିଆଙ୍କ ବିରୋଧରେ ଚାଲୁଥିବା ଅର୍ଥନୈତିକ ତଦନ୍ତ ସେଭଳି ଆଖିଦୃଶିଆ ନୁହେଁ ବୋଲି ଚର୍ଚ୍ଚା ହେଉଛି। ୫ବର୍ଷ ଭିତରେ ୨୦ମାମଲାରେ ମାତ୍ର ୨୩ଜଣ ନିଶା ମାଫିଆଙ୍କର ୪୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ ହୋଇଛି। ନିଶା କାରବାରରୁ ମାଫିଆମାନେ ଏତେ ପରିମାଣର ସମ୍ପତ୍ତି ଅର୍ଜନ କରିଥିବା ଠୋସ୍‌ ପ୍ରମାଣ ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏବେ ବି ବହୁ ମାଫିଆ ପୁଲିସ ରାଡାର୍‌ ବାହାରେ ରହି ନେଟ୍‌ୱର୍କ ଚଳାଉଛନ୍ତି। 

Advertisment

୫ବର୍ଷରେ ୨୦ ମାମଲାର ଅର୍ଥନୈତିକ ତଦନ୍ତ 
ରାଜ୍ୟରେ ଗଞ୍ଜେଇ କାରବାରକୁ ନେଇ ଓଡ଼ିଶା ପୁଲିସର ଚିନ୍ତା
ଗଞ୍ଜେଇ ମାଫିଆ ଆଶିଷ ବେହେରାକୁ ୫ଦିନିଆ ରିମାଣ୍ଡ୍‌ରେ ଆଣିଲା ଏସ୍‌ଟିଏଫ୍

ffshfshfhf

୨୦୧୯ ମସିହାରୁ ୨୦୨୪ ମଧ୍ୟରେ ଓଡ଼ିଶା ପୁଲିସ ୧୪ନିଶାମାଫିଆଙ୍କ ବିରୋଧରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ନେଇଛି। ସେମାନଙ୍କଠାରୁ ପ୍ରାୟ ୨୫ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ସେହିପରି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ୬ମାମଲାରେ ନିଶାମାଫିଆଙ୍କଠାରୁ ୧୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ କରିଛି। ନିୟମାନୁସାରେ ଜଣେ ନିଶାମାଫିଆ ଗିରଫ ହେବାର ୬ ବର୍ଷ ଭିତରେ ଚୋରା କାରବାରୁ ତା’ର ଅର୍ଜିତ ସମ୍ପତ୍ତିକୁ ଜବତ କରାଯିବା କଥା। ଏହି ନିମୟ ଆଧାରରେ ୫ ବର୍ଷ ମଧ୍ୟରେ ରାଜ୍ୟର ୨୩ନିଶାମାଫିଆଙ୍କଠାରୁ ପାଖାପାଖି ୪୦ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି ବୋଲି କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି। ନିକଟରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଦ୍ବାରା ଦେବଗଡ଼ରୁ ୧ଟନ୍‌(୧୦୦୦ କେଜି) ଗଞ୍ଜେଇ ଜବତ ହୋଇଛି ଏବଂ ନିଶାମାଫିଆ ଆଶିଷ ବାରିକକୁ ଗିରଫ କରାଯାଇଛି। ଅଧିକ ତଦନ୍ତ ପାଇଁ ତାକୁ ଏସଟିଏଫ୍ ୫ଦିନିଆ ରିମାଣ୍ଡ୍‌ରେ ଆଣିଛି। ଏହି ରିମାଣ୍ଡ୍‌ ଅବଧି କାଳରେ ଏସ୍‌ଟିଏଫ୍‌ ଆଶିଷର କଳା କାରବାର ଚେର ଖୋଜିବା ସହ ଅର୍ଥନୈତିକ ତଦନ୍ତ କରିବ। ସେ ଏହି ଚୋରା କାରବାରରୁ କେତେ କୋଟି ଟଙ୍କା ଉପାର୍ଜନ କରିଛି, ସେସବୁକୁ ଖୋଳି ବାହାର କରାଯିବ। ଆଶିଷ ଜଣେ ଜଣାଶୁଣା ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ। ତା’ର ଅନ୍ତଃରାଜ୍ୟ ପରିବହନ ବ୍ୟବସାୟ ରହିଛି। ସେହିଭଳି ସମ୍ବଲପୁର ରେଢ଼ାଖୋଲ ଅଞ୍ଚଳରେ ଏକ ପଟ୍ରୋଲ୍‌ ପମ୍ପରେ ମଧ୍ୟ ତା’ର ଅଂଶଧନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଥିସହିତ ଭୁବନେଶ୍ବର ଓ କଟକରେ ତା’ର ଘର ଓ ପ୍ଲଟ୍‌ ଥିବା ମଧ୍ୟ ଜଣାପଡ଼ିଛି।