ଓଡ଼ିଶା ପୁଲିସ ଡିଜିଙ୍କ ସ୍ୱାଭିମାନ ଅଞ୍ଚଳକୁ ଦ୍ବିତୀୟ ଗସ୍ତ: ମାଓ ଦମନ ନେଇ ସ୍ଥିତିର ସମୀକ୍ଷା କଲେ

ମାଲକାନଗିରି: ଆଜି ସ୍ୱାଭିମାନ ଅଞ୍ଚଳରେ ଥିବା ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପକୁ ମାଓବାଦୀ ଦମନ ନେଇ ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିଥିଲେ ଓଡ଼ିଶା ପୁଲିସ ଡିଜି ଅଭୟ। ସେ ଆଇଜି ଅପରେସନ ଅମିତାଭ ଠାକୁର, ଡାଇରେକ୍ଟର ଇଣ୍ଟିଲଜେନସ ଆର. କେ. ଶର୍ମା, ଡିଆଇଜି (ଏସଆଇଡବ୍ଲ୍ୟୁ) ଅନିରୁଦ୍ଧ ସିଂହ, ଏସପି ଋଷିକେଶ ଡି. ଖିଲାରିଙ୍କ ସହ ବୈଠକରେ ଯୋଗ ଦେଇ ମାଓଗଡ଼ରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ।

ହନ୍ତାଳଗୁଡ଼ା ବିଏସଏଫ୍ କ୍ୟାମ୍ପରେ ବୈଠକ ଶେଷ ହେବା ପରେ ଡିଜି ଅଭୟ କହିଛନ୍ତି ଯେ ଏହା ସ୍ୱାଭିମାନ ଅଞ୍ଚଳକୁ ତାଙ୍କର ଦ୍ବିତୀୟ ଗସ୍ତ। ବିଏସଏଫ୍ କ୍ୟାମ୍ପ ସ୍ଥାପନ ପରେ ମାଓବାଦୀଙ୍କ ମନୋବଳ ପୂରା ଦୁର୍ବଳ ହୋଇଯାଇଛି । ତାଙ୍କୁ ଗାଁ ଲୋକେ ସମର୍ଥନ କରୁନାହାନ୍ତି ବୋଲି ପୁଲିସ ଡିଜି ଅଭୟ ପ୍ରକାଶ କରିଛନ୍ତି। ମାଓବାଦୀଙ୍କୁ ଖସିଯିବାରେ ଆଉ ବାଟ ନାହିଁ। ପୁଲିସ ନିକଟରେ ଆତ୍ମସମର୍ପଣ ମାଓବାଦୀମାନଙ୍କର ଶେଷ ରାସ୍ତା ବୋଲି ବି ସେ କହିଛନ୍ତି।

ସମ୍ବନ୍ଧିତ ଖବର