ଓଡ଼ିଶା ପୁଲିସ୍‌ର ନିର୍ବାଚନ ପ୍ରସ୍ତୁତି : ମୁଖ୍ୟାଳୟରେ ଖୋଲିଲା ନିର୍ବାଚନୀ କକ୍ଷ, ୩୦ରୁ ସ୍ବତନ୍ତ୍ର ତାଲିମ

କଟକ : ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ପୁଲିସ୍‌। ପୁଲିସ୍‌ ମହାନିର୍ଦ୍ଦେଶକ ଡ଼ାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସମସ୍ତ ଜିଲ୍ଲା, କମିସନରେଟ ଡିସିପି, କମିସନର, ରେଞ୍ଜ ଆଇଜି, ଡିଆଇଜିମାନଙ୍କୁ ନେଇ ଭିଡିଓ କନ୍‌ଫରେନ୍ସି˚ ଜରିଆରେ ଆଲୋଚନା କରିଛନ୍ତି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରାଇବା ପାଇଁ ପ୍ରଥମେ ବିଶୃଙ୍ଖଳାକାରୀଙ୍କୁ ପୁଲିସ୍‌ ନିଜ କବ୍‌ଜାକୁ ନେବ। ୨୦୧୪ ମସିହା ସାଧାରଣ ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ଯେଉଁମାନେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଥିଲେ, ସେମାନଙ୍କୁ ମଧ୍ୟ ପୁଲିସ୍‌ ଆଇନ୍‌ ଅନୁଯାୟୀ ବିଭିନ୍ନ ଦଫାରେ ହେପାଜତ୍‌କୁ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ବର୍ଷ ପୂର୍ବାପେକ୍ଷା ବୁଥ୍‌ ସ˚ଖ୍ୟାରେ ବୃଦ୍ଧି ଘଟିଛି। ଏଥିପାଇଁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଅଧିକ ଫୋର୍ସର ଆବଶ୍ୟକତା ରହିଛି। ୨୦୧୪ ଓ ୨୦୧୭ରେ ଯେଉଁ ବୁଥ୍‌ ବା ପୁଲିଙ୍ଗ ଷ୍ଟେସନ୍‌ରେ ବିଶୃଙ୍ଖଳା ହୋଇଥିଲା, ସେଗୁଡ଼ିକୁ ଚିହ୍ନଟ କରି ସେସବୁ ସ୍ଥାନ ଉପରେ ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି। ଏ ସ˚କ୍ରାନ୍ତରେ ଏକ ବିସ୍ତୃତ ବିବରଣୀ ଆସନ୍ତା ୨୯ ତାରିଖ ସୁଦ୍ଧା ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇବାକୁ କୁହାଯାଇଛି। ଏଥିସହିତ ସ୍ଥାନୀୟ ଲୋକଙ୍କ ଆସ୍ଥା ଭାଜନ ପାଇଁ ପୁଲିସ୍‌କୁ ଅଧିକ ବିଶ୍ବସନୀୟ ହେବାକୁ ଏବେଠାରୁ କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି। ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଏକାଧିକ ବୈଠକ, ରାଲି, ଭିଭିଆଇପିଙ୍କ ଗ୍ରସ୍ତ ଇତ୍ୟାଦି ହେବ। ତେଣୁ ଏଥିପାଇଁ ଅନୁମତି ଦେବା ଦିଗରେ ପୁଲିସ୍‌ ନିରପେକ୍ଷତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକ ଅବସରରେ ୨୦୧୪ ଓ ୨୦୧୭ ନିର୍ବାଚନ ସମୟରେ ପଞ୍ଜିକରଣ ଓ ଚାର୍ଜସିଟ୍‌ ହୋଇଥିବା ମାମଲା ଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ଏଥିସହିତ ପିଆର‌୍‌ ମାମଲା ପଞ୍ଜିକରଣ, ନିର୍ବାଚନୀ ଅପରାଧ ଘଟାଇଥିବା ବ୍ୟକ୍ତିଙ୍କ ତାଲିକା ଓ ବର୍ତ୍ତମାନ ସୁଦ୍ଧା ମାମଲାର ଅଗ୍ରଗତି, ସିଆର‌୍‌ପିସି ଦଫା ୧୦୭ ଓ ୧୧୦ଅନୁଯାୟୀ ବନ୍ଧା ହୋଇଥିବା ଅସାମାଜିକ ବ୍ୟକ୍ତିଙ୍କ ତାଲିକା, ଜାମିନ୍‌ ବିହୀନ ଗିରଫ ପରଵାନା (ଏନ୍‌ବିଡବ୍ଲୁ) ଅଧିନରେ ଗିରଫ ହୋଇଥିବା ଓ ବଳକା ଥିବା ମାମଲା, ଚଳିତ ବର୍ଷ ଜାନୁଆରି ୧ ତାରିଖ ସୁଦ୍ଧା ଵାରେଣ୍ଟିମାନଙ୍କୁ ଧରିବା ପାଇଁ କରାଯାଇଥିବା ସ୍ବତନ୍ତ୍ର ଅଭିଯାନ, ଖାଲିପଡ଼ିଥିବା ହୋମଗାର୍ଡ ସ˚ଖ୍ୟା, ଆବଶ୍ୟକତା ଥିବା ଅତିରିକ୍ତ ଯାନବାହାନ, ଅବକାରୀ କନଷ୍ଟେବଳ, ଫରେଷ୍ଟ ଗାର୍ଡ, ଅବସରପ୍ରାପ୍ତ ପୁଲିସ୍‌ କର୍ମଚାରୀ, ଅବସରପ୍ରାପ୍ତ ଭାରତୀୟ ସେନାର କର୍ମଚାରୀଙ୍କୁ ନିର୍ବାଚନ ସମୟରେ ମୁତୟନ କରାଇବା ପାଇଁ ଯୋଜନା ପ୍ରସ୍ତୁତ କରାଇବା, ନିର୍ବାଚନ ଆୟୋଗଙ୍କ ନିୟମାନୁସାରେ ପୁଲିସ୍‌ ଅଧିକାରୀମାନଙ୍କ ବଦଳି, ଫ୍ଲାଇ˚ ସ୍କ୍ବାଡ୍ ଗଠନ, ଡିଏଚ୍‌ଏଫ୍‌ ସେଟ୍‌ର ବହୁଳ ବ୍ୟବହାର, ସୋସିଆଲ୍‌ ମିଡିଆର ଅପବ୍ୟବହାର ଉପରେ ନଜର ରଖିବା ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା।

ଏହାଛଡ଼ା ସିଆରପିସି ଦଫା ୧୧୦ ଅନୁଯାୟୀ ଅଭିଯୁକ୍ତଙ୍କୁ ଧରିବା, ବେଆଇନ୍‌ ଅସ୍ତ୍ରଶସ୍ତ୍ର ଜବତ କରିବା, ବେଆଇନ୍‌ ମଦ ବିକ୍ରି ଅଭିଯୋଗର ପଞ୍ଜିକରଣ ଓ ଜବତ ଏବ˚ ଏନ୍‌ବିଡବ୍ଲୁ ଅଧିନରେ ଗିରଫ ସ˚ଖ୍ୟା ବୃଦ୍ଧି ପାଇଁ ସମସ୍ତ ଏସ୍‌ପି, ଡିସିପି, ଆଇଜି ଓ ଡିଆଇଜିଙ୍କୁ ଟାର୍ଗେଟ ଦିଆଯାଇଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ଆସନ୍ତା ୩୦ ଓ ୩୧ ତାରିଖ ଦୁଇ ଦିନଧରି ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁର ଠାରେ ଏସ୍‌ପିମାନଙ୍କୁ ତାଲିମ ପ୍ରଦାନ କରାଯିବାକୁ ଧାର୍ଯ୍ୟ ହୋଇଛି। ଅନ୍ୟପକ୍ଷରେ ପୁଲିସ୍‌ ମୁଖ୍ୟାଳୟରେ ଏକ ନିର୍ବାଚନୀ କକ୍ଷ ମଧ୍ୟ ଖୋଲାଯାଇଛି।

ସମ୍ବନ୍ଧିତ ଖବର