କମ୍ୟୁନିଟି ପୁଲିସ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ପୁଲିସକୁ ସମ୍ମାନ

ନୂଆଦିଲ୍ଲୀ: ଏଫ୍‌ଆଇସିସିଆଇ ପ୍ରେକ୍ଷାଳୟରେ ସ୍ମାର୍ଟ ପୁଲିସିଂ ପୁରସ୍କାର – ୨୦୧୮ ପ୍ରଦାନ କରାଯାଇଛି। ଦେଶରେ କାର୍ଯ୍ୟରତ ପୁଲିସ, ସୀମା ସୁରକ୍ଷା ବାହିନୀ, ସିଆରପିଏଫ ଯବାନଙ୍କ ସମେତ ରାଜ୍ୟ ପୁଲିସକୁ ମଧ୍ୟ ବିଭିନ୍ନ ବର୍ଗରେ ଆଓ୍ଵାର୍ଡ ପ୍ରଦାନ କରାଯାଇଛି। ଏଥରେ ଓଡିଶା ପୁଲିସକୁ କମ୍ୟୁନିଟି ପୁଲିସ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନୀତ କରାଯାଇଛି। ଓଡିଶା ପୁଲିସ  ପକ୍ଷରୁ ଏହି ସମ୍ମାନକୁ ଭାରତୀୟ ପୁଲିସ ସେବା ଅଧିକାରୀ ସାରା ଶର୍ମା  ଗ୍ରହଣ କରିଥିଲେ।  ସ୍ୱାଭିମାନ, ଶକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ରାଜ୍ୟ ପୁଲିସର ଉଲେଖନୀୟ କାର୍ଯ୍ୟ ପାଇଁ ମନୋନିତ ହୋଇଥିଲେ।

ସ୍ୱାଭିମାନ କ୍ଷେତ୍ରରେ ରାଜ୍ୟ ପୁଲିସ ୫ ବର୍ଷର ବିଭିନ୍ନ ଭିକ୍ଟିମମାନଙ୍କୁ ନେଇ ତାଲିମ ଦେବା ସହ ସେମାନକୁ ବିଭିନ୍ନ କ୍ଷେତ୍ରରେ ସ୍ୱାବଲମ୍ବୀ କରିଛନ୍ତି ବୋଲି ସାରା ଶର୍ମା କହିଛନ୍ତି। ସେହିପରି ଶକ୍ତି କ୍ଷେତ୍ରରେ ନକ୍ସଲ ପ୍ରଭାବିତ ଅଞ୍ଚଳ ଗୁଡିକରେ ୧୮ ବର୍ଷରୁ ୪୫ ବର୍ଷର ଯୁବକ ମାନଙ୍କୁ ନେଇ ଗ୍ରାମାଞ୍ଚଳ ଆତ୍ମ ନିଯୁକ୍ତି କେନ୍ଦ୍ରର  ଦେବଗଡ ସ୍କିଲ କାର୍ଯ୍ୟକ୍ରମ ମଧ୍ୟରେ ୪ ପ୍ରତିଶତ ସୁଧାରେ ଋଣ ଦେଇ ସ୍ୱାବଲମ୍ବୀ କରାଜାଇଛି ଏବଂ ଶିକ୍ଷା କ୍ଷେତ୍ରରେ ୭୭ ଜଣ ପିଲାଙ୍କୁ କିସରେ ଛଡ଼ାଯାଇଛି। ଏହି ପରି ବିଭିନ୍ନ କାର୍ଯ୍ୟରେ ସଫଳତା ପାଇଁ ଆମେ ଏହି ପୁରସ୍କାର ପାଇଛୁ ବୋଲି ସାରା ଶର୍ମା କହିଛନ୍ତି।

 

ସମ୍ବନ୍ଧିତ ଖବର