ମୁହଁ ଖୋଲିଲେ ପୁଲିସ୍‌ ଅଫିସର ସ˚ଘ

କଟକ : ବାଲିଆପାଳ ଥାନା ଆଇଆଇସିଙ୍କୁ ଆକ୍ରମଣ ପ୍ରସ˚ଗରେ ଓଡ଼ିଶା ପୁଲିସ ଅଫିସର ସ˚ଘ ସୁରକ୍ଷା ମାଗୁଥିବା ଶୀର୍ଷକ ଖବର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଭଳି ମନ୍ତବ୍ୟକୁ ରାଜ୍ୟ ସରକାର ଗୁରୁତର ସହିତ ଗ୍ରହଣ କରି ସ˚ଘର ସଭାପତି ସତ୍ୟଜିତ ମହାନ୍ତିଙ୍କୁ ଜୁଲାଇ ୩୦ ତାରିଖରେ ନିଲମ୍ବନ କରିଥିଲେ। କିନ୍ତୁ ସେଭଳି ମନ୍ତବ୍ୟ ସ˚ଘ ଦେଇନଥିବା ଶ୍ରୀ ମିଶ୍ର ସ୍ପଷ୍ଟୀକରଣ ଦେଇଛନ୍ତି। ପୁଲିସକୁ ଆକ୍ରମଣ ଘଟଣା ଯେଭଳି ଭବିଷ୍ୟତରେ ନଘଟେ , ସେଥିପାଇଁ ସ୍ବତନ୍ତ୍ର ଆଇନ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆଇଆଇସିଙ୍କ ଆକ୍ରମଣ ଘଟଣାରେ ପୁଲିସ ଅଫିସର ସ˚ଘ ସଭାପତି ସତ୍ୟଜିତ ମିଶ୍ର ଗଲା ୨୮ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସ˚ଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ୬ ଦଫା ଦାବି ଉପସ୍ଥାପନ କରାଯାଇଛି। ରାଜ୍ୟରେ ଡାକ୍ତରମାନଙ୍କ ଭଳି କାର୍ଯ୍ୟରତ ପୁଲିସଙ୍କୁ ଆଇନଗତ ସୁରକ୍ଷା ମିଳୁ। ୧୯୭୧ ଓ ୨୦୧୧ ଜନଗଣନା ଅନୁଯାୟୀ, ପ୍ରତି ଏକ ଲକ୍ଷ ଲୋକ ସ˚ଖ୍ୟାର ସର୍ବଭାରତୀୟ ସ୍ତରରେ ଯେଉଁ ବ୍ୟବସ୍ଥାଗୁଡ଼ିକ ରହିଛି, ଓଡ଼ିଶାରେ ତାହାର ପ୍ରଚଳନ କରାଯାଉ ା ଏବେ ଓଡ଼ିଶାର ଲୋକ ସ˚ଖ୍ୟା ୪ କୋଟିକୁ ଇନ୍‌ସ୍ପେକ୍ଟର, ଏସ୍‌ଆଇ, ଏଏସ୍‌ଆଇ ସ˚ଖ୍ୟା ମାତ୍ର ୧୦ ହଜାର। ବର୍ତ୍ତମାନ ପର୍ଯ୍ୟନ୍ତ ଖାଲି ପଡ଼ିଥିବା ଇନ୍‌ସ୍ପେକ୍ଟର, ଏସ୍‌ଆଇ ଏବ˚ ଏଏସ୍‌ଆଇ ପଦବିଗୁଡ଼ିକୁ ପୁରଣ କରାଯାଉ। ପ୍ରତି ଥାନାରେ ଗୁରୁତ୍ବକୁ ନେଇ ଅତି କମ୍‌ରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଉ ବୋଲି ସ˚ଘ ପକ୍ଷରୁ ସଭାପତି ସତ୍ୟଜିତ ମିଶ୍ର ଉପସ୍ଥାପନ କରିଥିଲେ। ଏ ସ˚କ୍ରାନ୍ତରେ ସୁରକ୍ଷା ବ୍ୟବସ୍ଥା କିଭଳି ବୃଦ୍ଧି ହେବ ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯିବାକୁ ଯୋଜନା କରାଯାଇଥିଲା। କିନ୍ତୁ ବିଭିନ୍ନ ଗଣମାଧ୍ୟମରେ ସରକାରଙ୍କୁ ପୁଲିସ ସୁରକ୍ଷା ମାଗୁଥିବା ଶୀର୍ଷକ ଖବର ପ୍ରକାଶ ପାଇବା ପରେ ସ˚ଘ ଅଡ଼ୁଆରେ ପଡ଼ିଯାଇଥିଲା।

ସମ୍ବନ୍ଧିତ ଖବର