ଗୁଣପୁର : ଟପ୍ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି ବ୍ରହ୍ମପୁର ଜେଲରୁ କଡା ସୁରକ୍ଷା ବଳୟରେ ଅଣାଯାଇ ଗୁଣପୁର ଏଡିଜେ କୋର୍ଟରେ ହାଜର କରାଯାଇଛି। ତାଙ୍କ ବିରୋଧରେ ଥିବା ୩ଟି ମାମଲାରେ ୧୪ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ପଦ୍ମପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଯଯାତୀ ସାହୁ ହତ୍ୟାକାଣ୍ଡ ମାମଲାରେ ୬ଜଣ, ଚନ୍ଦ୍ରପୁର ଥାନା ଅଞ୍ଚଳରେ ବିସ୍ଫୋରଣ ମାମଲାରେ ୫ଜଣ ଓ ଗୁଡାରୀ ବ୍ଲକ ତେମ୍ବାଗୁଡା ଗ୍ରାମରେ ଜୋରଜବରଦସ୍ତ ୨୫ଏକର ଜମିର ଫସଲ କାଟିନେବା ମାମଲାରେ ୩ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଆଉ କିଛି ମାମଲାରେ ସବ୍ୟସାଚୀଙ୍କୁ ଆଗାମୀ ୨ଦିନ କୋର୍ଟରେ ହାଜର କରିବାକୁ ଥିବାରୁ ତାଙ୍କୁ ଗୁଣପୁର ଉପକାରାଗାରରେ ରଖାଯାଇଛି।
ଏଡିଜେ କୋର୍ଟରେ ହାଜର ହେଲେ ସବ୍ୟସାଚୀ
/sambad/media/post_attachments/wp-content/uploads/2018/03/sabya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)