ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡକୁ ନେଇ ଅଡୁଆ ସ୍ଥିତି: ନିୟମିତ ପରୀକ୍ଷା ନ କରି ଏସ୍‌ଆଇ ପାଇଁ ବୟସ ସୀମା ୨୫!

କଟକ : ଓଡ଼ିଶା ଷ୍ଟାଫ୍ ସିଲେକସନ କମିସନ(ଓଏସଏସସି) କମିସନ ଉପରୁ ହାତରୁ ଦା‌ୟିତ୍ବ କାଢି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍‌ ବୋର୍ଡ ଗଠନକୁ ନେଇ ଅଡୁଆ ସ୍ଥିତି ଉପୁଜିଛି। ବୋର୍ଡରେ ଅଣପୁଲିସ ଅଧିକାରୀଙ୍କୁ ସାମିଲ କରା ନ ଯିବାକୁ ନେଇ ଆପତ୍ତି ଉଠିବା ପରେ ଏବେ ପୁଣି ଏକ ଅଭିଯୋଗ ସା‌ମ୍ନାକୁ ଆସିଛି। ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ସବ୍‌-ଇନସ୍‌ପେକ୍ଟର ନିଯୁକ୍ତି (ଏସଆଇ) କ୍ଷେତ୍ରରେ ବୟସ ସୀମ‌ା କମ୍‌ ରଖାଯାଉଛି। ସେନାବାହିନୀରେ ଚାକିରି ଭଳି ସର୍ବାଧିକ ବୟସ ସୀମା ୨୫ ରଖାଯାଇଛି।  ଗୋଟିଏପଟେ ନିୟମିତ ପରୀକ୍ଷା ନକରି ବୟସ ସୀମା ୨୫ ରଖାଯାଉଥିବାରୁ ରାଜ୍ୟରେ ହାଜର ହଜାର ଆଶାୟୀ ଏହାଦ୍ବାରା ବଂଚିତ ହେଉଛନ୍ତି। ଫଳରେ ରାଜ୍ୟରେ ପ୍ରତି‌ଯୋଗିତାମୂଳକ(କମ୍ପିଟେଟିଭ୍‌) ପ୍ରସ୍ତୁତ କରୁଥିବା ହଜାର ହଜାର ହଜାର ଆଶାୟୀ ନିରାଶ ହୋଇଛନ୍ତି। ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶପାଇଛି। ‌

କେଉଁ ଆଧାରରେ ପୁଲିସ ଏସଆଇ ପଦବି ପାଇଁ ୨୫ ବର୍ଷ ରଖାଯାଇଛି ତାକୁ ନେଇ ଆଶାୟୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟ ରାଜ୍ୟରେ ୨୭ ବର୍ଷ ଓ କିଛି ରାଜ୍ୟରେ ତା’ ଠୁ ଅଧିକ ବୟସ ସୀମା ରହୁଥିବା ବେଳେ ଓଡ଼ିଶାରେ ଏ ସୀମା ୨୫ କାହିଁକି? ପୁଲିସ ବିଭାଗର ଅନ୍ୟ ପଦବି ପାଇଁ ସର୍ବାଧିକ ବୟସ ସୀମା ୩୨ ରଖାଯାଉଛି। ଅବକାରୀ ବିଭାଗରେ ୩୨ ବର୍ଷ ରଖାଯାଉଛି। ପୁଲିସ ବିଭାଗର ଉଚ୍ଚପଦବି ପାଇଁ ମଧ୍ୟ ୩୨ ବର୍ଷ ରଖାଯାଉଛି। ଅବସର ବୟସ ସୀମା ୬୦ ଥିବାବେଳେ ନିଯୁକ୍ତି ପାଇଁ ୨୫ବର୍ଷ ରନଖି ଏହାକୁ ବୃଦ୍ଧି କରିବାକୁ ଆଶାୟୀମାନେ ଦାବି ଜଣାଇଛନ୍ତି। ଓଡ଼ିଶା‌ରେ ନିୟମିତ ନିଯୁକ୍ତି ବିଜ୍ଞାପନ ବାହାରୁ ନଥିବାରୁ ନିଷ୍ପତ୍ତି ବଦଳାଇବାକୁ ଆାଶାୟୀମା‌ନେ ଦାବି ଜଣାଇଛନ୍ତି।

ଓଡ଼ିଶା ଷ୍ଟାଫ୍ ସିଲେକସନ କମିସନ ପରୀକ୍ଷା ପରିଚାଳନାରେ ବିଳମ୍ବ, ତ୍ରୁଟିକୁ ଆଳ କରି ସରକାର ଓଡ଼ିଶା ପୁଲିସର ପ୍ରସ୍ତାବ ଅନୁସା‌ରେ ଏବେ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଗଠନ କରି ଗତ ୧୨ ତାରିଖରେ ନିଯୁକ୍ତି ବିଜ୍ଞାପନ ଦେଇଛନ୍ତି।  ୪୭୭ ଟି ସବ୍‌-ଇନସ୍‌ପେକ୍ଟର(ଏସଆଇ) ପଦବି ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ସାଧାରଣବର୍ଗର ବୟସ ସୀମା ସର୍ବନିମ୍ନ ୨୧ ଓ ସର୍ବାଧିକ ୨୫ ରଖାଯାଇଛି। ଅନ୍ୟବର୍ଗ ପାଇଁ ୫ ବର୍ଷ ରିହାତି ଦିଆଯାଇଛି।  ଅନ୍ୟପକ୍ଷରେ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡକୁ ପରୀକ୍ଷା ଭାର ଟେକି ଦେଇଛନ୍ତି। ରିକ୍ରୁଟମେଣ୍ଟ୍‌ ବୋର୍ଡ ବା କମିଟିରେ କେବଳ ତିନିଜଣ ପୁଲିସ ଅଧିକାରୀଙ୍କୁ କାହିଁକି ରଖାଯାଇଛି। ମାତ୍ର ଦୁର୍ନୀତି ଓ ଅନିୟମିତତା ଭୟରେ ଆଜକୁ ୨୭ବର୍ଷ ତଳେ ସକରାର ଏସଆଇ ନିଯୁକ୍ତି ଭାର ଷ୍ଟାଫ୍ ସିଲେକସନ କମିସନକୁ ଦେଇଥିଲେ ବେଳେ ଏବେ ପୁଣି ଥରେ ଏଭଳି କରାଯାଇଛି।

ସୂଚନା‌ଯୋଗ୍ୟ, ୧୯୯୪ରେ ଓଡ଼ିଶା ପୁଲିସ ନିଜ ବିଭାଗର ନିଯୁକ୍ତି ଦାୟିତ୍ବ ନେଇଥିଲା। ମାତ୍ର ପୁଲିସ ବିଭାଗରେ ଏହାକୁ ନେଇ ବହୁ କେଳେଙ୍କାରୀ ଓ ଅନିୟମିତତା ଅଭି‌ଯୋଗ ସାମ୍ନାକୁ ଆସିଥିଲା। ପୁଲିସ ବିଭାଗରେ କାମ କରୁଥିବା ଅଧିକାରୀ ଓ ସଂପର୍କୀୟଙ୍କୁ ସୁବିଧା ମିଳିବା କଥା ଅଭିଯୋଗ ହେବା ପରେ ତତ୍କାଳୀନ ସରକାର ଏହାକୁ ପୁଲିସ ବିଭାଗର ନିଯୁକ୍ତି ଦାୟିତ୍ବ ଷ୍ଟାଫ୍ ସିଲେକସନ କମିସନକୁ ଦେଇଥିଲେ। ସେହିଦିନଠାରୁ ଷ୍ଟାଫ୍ ସିଲେକସନ୍‌ କମିସନ ଏ ଦାୟିତ୍ବ ତୁଲାଉଥିଲା। ମାତ୍ର ନିୟମିତ ପରୀକ୍ଷା ନ କରିବା, ପରୀକ୍ଷା ପରିଚାଳନାରେ ବିଳମ୍ବ ‌ଯୋଗୁଁ ପୁଲିସ ବିଭାଗର ବହୁ ବିଭାଗରେ ପଦବି ଖାଲି ପଡିଥିଲା। ତେବେ ହଜାର ହଜାର ଆଶାୟୀ ବଂଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର