ଏଣିକି ଓଡ଼ିଶା ପୁଲିସରେ ନିଯୁକ୍ତ ପାଇପାରିବେ କିନ୍ନର

ଭୁବନେଶ୍ବର: କିନ୍ନରଙ୍କ ପାଇଁ ଖୁସି ଖବର । ଓଡ଼ିଶା ପୁଲିସରେ ନିଯୁକ୍ତ ପାଇପାରିବେ କିନ୍ନର । ୪୭୭ ସବ୍-ଇନିସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏନେଇ ସୂଚନା ଦେଇଛନ୍ତି ଡିଜିପି ଅଭୟ । ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଛି । ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ କିନ୍ନର ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କିନ୍ନର ନେତ୍ରୀ ମୀରା ପରିଡ଼ା । ସେହିପରି ୨୪୪ କନେଷ୍ଟବଳ ପଦବୀପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର