ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବୈଠକ

ଭୁବନେଶ୍ୱର, : ଆସନ୍ତା ୨୨ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାକୁ ନଜରରେ ରଖି ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଝାରସୁଗୁଡ଼ା ଓ ତାଳଚେର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କମିସନରେଟ୍‌ ପୁଲିସ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଯେପରି କୌଣସି ସମସ୍ୟା ନହୁଏ ସେ ସଂପର୍କରେ ଆଲୋଚନା ହୋଇଥିଲା। ବୈଠକରେ ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ(ଏସ୍‌ପିଜି) ଟିମ୍‌ର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ। ଆସନ୍ତା ସପ୍ତହାରେ ଏହି ଟିମ୍‌ ସୁରକ୍ଷା ଯାଞ୍ଚ ପାଇଁ ଓଡ଼ିଶା ଆସିବେ। ପ୍ରଧାନମନ୍ତ୍ରୀ ଯେଉଁ ସ୍ଥାନକୁ ଯିବେ ଏହି ଟିମ୍‌ ସେସବୁ ସ୍ଥାନକୁ ବୁଲି ଦେଖିବେ। କେଉଁଠି କେମିତି ସୁରକ୍ଷା ଦରାକର ସେ ନେଇ ଓଡ଼ିଶା ପୁଲିସ୍‌ର ବରିଷ୍ଠ ଅଧିକାରୀଙ୍କୁ ଜଣାଇବେ। ବୈଠକରେ ପୁଲିସ କମିସନର ସତ୍ୟଜିତ ମହାନ୍ତି, ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର