ଫୁଲବାଣୀ/ଭବାନୀପାଟଣା : କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସିର୍କି ଜଙ୍ଗଲରେ କଳାହାଣ୍ଡି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଥିଲା। ପୁଲିସ ଗୁଳିରେ ୫ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ମୃତ ମାଓବାଦୀଙ୍କ ମଧ୍ୟରେ ୩ଜଣ ମହିଳା ଓ ୨ ଜଣ ପୁରୁଷ ଥିବା ବେଳେ ୨ ଏସଓଜି ଯବାନ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀ ମଧ୍ୟ ସହିଦ ହୋଇଥିବା କଳାହାଣ୍ଡି ଏସ୍ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମାଓବାଦୀଙ୍କ ଗୁଳିରେ ଜଣେ ଏସ୍ଓଜି ଯବାନ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ପରେ ଦୁଇ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଥିବାବେଳେ ସମଗ୍ର ଅଞ୍ଚଳରେ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି।
Our SOG Commando, Sudhir Kumar Tudu attained martyrdom while fighting bravely with the Maoists. He exhibited exemplary courage and is the reason why we hold our head high today. We salute him. pic.twitter.com/p8BftO6T6K
— Odisha Police (@odisha_police) September 10, 2020
Debashish Sethy, Commando SOG, made the supreme sacrifice by laying down his life while fighting valiantly for Odisha Police. 5 Maoists were neutralised in the EoF. We are proud of our braveheart. pic.twitter.com/HiW5FoynL8
— Odisha Police (@odisha_police) September 10, 2020
ସହିଦ ଯବାନ ସୁଧୀର କୁମାର ଟୁଡୁ(୨୮) ଓ ଦେବାଶିଷ ସେଠୀ (୨୭) ମାଓବାଦୀଙ୍କ ସହିତ ଲଢ଼ି ୫ଜଣ ମାଓବାଦୀଙ୍କୁ ନିହତ କରି ନିଜ ଜୀବନକୁ ବଳିଦାନ ଦେଇଥିବାରୁ ଓଡ଼ିଶା ପୁଲିସ ପକ୍ଷରୁ ଟୁଇଟ କରି ଦୁଇ ସହିଦଙ୍କୁ ସମ୍ମାନ ଜଣାଯାଇଛି । ଏଥିସହିତ ଦୁଇ ସହିଦଙ୍କ ପାଇଁ ଓଡ଼ିଶା ପୁଲିସ ଆଜି ଗର୍ବିତ ବୋଲି କହିଛି। ତେବେ ସହିଦ ସୁଧୀରଙ୍କ ଘର ମୟୂରଭଞ୍ଜ ଜିଲ୍ଲା ସନଭାଡୁଆ ଗାଁରେ ହୋଇଥିବା ବେଳେ ସହିଦ ଦେବାଶିଷଙ୍କ ଘର ଅନୁଗୁଳ ଜିଲ୍ଲା ରାଜକିଶୋରନଗର ଥାନା ଅନ୍ତର୍ଗତ ଅଙ୍ଗପଡ଼ାରେ ।
ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାଇଥିଲେ। ପରେ ଆଜି ଦିନ ପ୍ରାୟ ୧୧ଟାବେଳେ ଗୁଳି ବିନିମୟ ହୋଇଥିବା ସ୍ଥାନରେ ସର୍ଚ୍ଚ ଅପରେସନ୍ ବେଳେ ୫ଜଣ ସଶସ୍ତ୍ର ମାଓବାଦୀଙ୍କ ଶବ ମିଳିଥିଲା। ଏହା ବ୍ୟତୀତ ଘଟଣାସ୍ଥଳରୁ ୨ଟି ଏସ୍ଏଲ୍ଆର୍ ବନ୍ଧୁକ ଓ ୪ଟି ଦେଶୀ ବନ୍ଧୁକ ସମେତ ବିଭିନ୍ନ ମାଓ ବ୍ୟବହାର ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଉଦ୍ଧାର ଜବତ କରାଯାଇଥିଲା।