ଇ-ସିଗାରେଟ ବିରୋଧରେ ଓଡ଼ିଶା ପୁଲିସ ଆରମ୍ଭ କରିବ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ଇ-ସିଗାରେଟର ବ୍ୟବହାର ଓ ବିକ୍ରି ଉପରେ ରୋକ ଲଗାଇବାକୁ ଖୁବ ଶୀଘ୍ର ଓଡ଼ିଶା ପୁଲିସ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି | କ୍ରାଇମବ୍ରାଞ୍ଚ ପକ୍ଷରୁ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ମାସେ ବ୍ୟାପି ସ୍ୱତନ୍ତ୍ର ଅଭିଯାନ କରିବାକୁ କୁହାଯାଇଛି | ଗତ ମାସରେ କେନ୍ଦ୍ର ସରକାର ଇ-ସିଗାରେଟକୁ ବ୍ୟାନ କରିବା ନେଇ ସ୍ୱତନ୍ତ୍ର ଅଧ୍ୟାଦେଶ ଜାରି କରିବା ପରେ ଓଡ଼ିଶା ପୁଲିସ ପକ୍ଷରୁ ଏ ନେଇ ବ୍ୟାପକ ପଦକ୍ଷେପ ନିଆଯାଇଛି |

photo-youtube

କ୍ରାଇମବ୍ରାଞ୍ଚ ପକ୍ଷରୁ କରି କରାଯାଇଥିବା ସରକୁଲାର ମୁତାବକ ଇ-ସିଗାରେଟର ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ କମିସନରେଟ ପୁଲିସ ସହ ସବୁ ଜିଲ୍ଲାର ଏସପି  ନଜର ରଖିବେ | ତେବେ ଓଡ଼ିଶାରେ ଇ-ସିଗାରେଟର ବ୍ୟବହାର ସେତେଟା ହେଉ ନଥିବାବେଳେ ଏହାକୁ ନେଇ କିନ୍ତୁ ପୁଲିସ ସତର୍କତା ଅବଲମ୍ବନ କରିଛି |

ବିଶେଷ ଭାବେ ଭୁବନେଶ୍ୱରରେ ଇ-ସିଗାରେଟ ଓ ଇ-ହୁକ୍କା ବ୍ୟବହାର ହେଉଥିବା ହୋଟେଲ ଓ ବାର ଉପରେ ଚଢ଼ାଉ କରିବାକୁ କୁହାଯାଇଛି | ତେବେ ଏହି ନିୟମକୁ ପ୍ରଥମ ଥର ନ ମାନିଲେ ବର୍ଷକ ଯାଏଁ ଜେଲ ସହ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିୟମ ରହିଛି | ସେହିପରି ଦ୍ଵିତୀୟ ଥର ନ ମାନିଲେ ୩ ବର୍ଷ ଯାଏଁ ଜେଲ ସହ ୫ ଲକ୍ଷ ଟଙ୍କାର ଜରିମାନା ଦେବାର ନିୟମ ରହିଛି |

ସମ୍ବନ୍ଧିତ ଖବର