କଟକ: ଓଡ଼ିଶା ପୁଲିସ ଡିଏସ୍‌ପି ପାହ୍ୟାରେ ଅଦଳବଦଳ କରାଯାଇଛି। ଇନ୍‌ସପେକ୍ଟର ପାହ୍ୟାରୁ ଡିଏସ୍‌ପି ଓ କିଛି ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପ‌ଦୋନ୍ନତି ଦିଆଯାଇଛି। ଏସ୍‌ଡିପିଓ ଅନୁଗୁଳ ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ ପଦୋନ୍ନତି ଦିଆଯାଇ ଆଇୟୁସିଏଡବ୍ଲୁ ଢେଙ୍କାନାଳର ଅତିରିକ୍ତ ଏସ୍‌ପି ଭାବେ ବଦଳି କରାଯାଇଛି। ଡିଏସ୍‌ପି ବିଦ୍ୟୁତ୍ ଚରଣ ପଣ୍ଡାଙ୍କୁ ନୟାଗଡ଼ର ଅତିରିକ୍ତ ଏସପି ଭ‌ାବେ ଅବସ୍ଥାପିତ କରାଯାଇଛି। ଡିଏସ୍‌ପି କୃଷ୍ଣପ୍ରସ‌ାଦ ପଟ୍ଟନାୟକଙ୍କୁ ପଦୋନ୍ନତି ଦିଆଯାଇ କଟକର ଅତିରିକ୍ତ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି, ଇନ୍‌ସପେକ୍ଟର ଉତ୍ତମ କୁମାର ମହାନ୍ତିଙ୍କୁ ପଦୋନ୍ନତି ଦିଆଯାଇ ଡିଏସ୍‌ପି ସ୍ପେଶାଲ ବ୍ରାଞ୍ଚକୁ ବଦଳି କରାଯାଇଛି। ଇନ୍‌ସପେକ୍ଟର ବିଚିତ୍ରାନନ୍ଦ ସେଠୀଙ୍କୁ ପଦୋନ୍ନତି ଦିଆଯାଇ ଡିଏସ୍‌ପି, କନ୍ଧମାଳ ମୁଖ୍ୟାଳୟକୁ ବଦଳି କରାଯାଇଛି।

Advertisment

ଅତିରିକ୍ତ ଏସ୍‌ପି ଦିଲ୍ଲୀପ କୁମାର ତ୍ରିପାଠୀଙ୍କୁ ଅତିରିକ୍ତ ଏସପି ଇଓଡବ୍ଲୁ ଭୁବନେଶ୍ବରକୁ ବଦଳି କରାଯାଇଛି। ଡିଏସ୍‌ପି ବିଳାସିନୀ ନାୟକଙ୍କୁ ପଦୋନ୍ନତି ଦିଆଯାଇ ଅତିରିକ୍ତ ଏସ୍‌ପି ଏସଟିଏଫ୍ ଭୁବନେଶ୍ବରକୁ ବଦଳି କରାଯାଇଛି। ସୁନ୍ଦରଗଡର ଡିଏସ୍‌ପି, ଡିଆଇବି ସଂଗ୍ରାମ କେଶରୀ ବିଶ୍ବାଳଙ୍କୁ ଡିଏସ୍‌ପି ଓଏଚଆରସି ଭୁବନେଶ୍ବରକୁ ବଦଳି କରାଯାଇଛି। ଡିଏସ୍‌ପି ନିରଂଜନ ବେହେରାଙ୍କୁ କୋରାପୁଟରୁ ଭୁବନେଶ୍ବର ସିଏଡବ୍ଲୁକୁ ବଦଳି କରାଯାଇଛି। ଡିଏସ୍‌ପି ଅଭିଜିତ ମୁଖାର୍ଜୀଙ୍କୁ ସ୍ପେଶାଲ ବ୍ରାଞ୍ଚରୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଡିଏସ୍‌ପି ରବିନାରାୟଣ ପାଢୀଙ୍କୁ ଖୋର୍ଦ୍ଧାରୁ ଭୁବନେଶ୍ବର ସିଏଡବ୍ଲୁକୁ ବଦଳି କରାଯାଇଛି। ଇନ୍‌ସପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ଏସିପି କମିସନରେଟ ପୁଲିସକୁ ବଦଳି କରାଯାଇଛି। ଡିଏସ୍‌ପି, ପୁରୀ ଦେବୀ ପ୍ରସାଦ ପାତ୍ରଙ୍କୁ ଡିଏସ୍‌ପି ପୁଲିସ ମୁଖ୍ୟାଳୟ କଟକକୁ ବଦଳି କରାଯାଇ ଭୁବନେଶ୍ବର ପରିବହନ ଆୟୋଗର ଏନ୍‌ଫୋର୍ସମେଣ୍ଟ୍ ଅଫିସର ଭାବେ ନିଯୁକ୍ତ କରାଯାଇଛି।