ରାଜ୍ୟ ମହିଳା କ˚ଗ୍ରେସ‌ର ଘୋଷିତ କମିଟି‌ରେ ଶତାଧିକ ସଦସ୍ୟା

୨ଜଣ କାର୍ଯ୍ୟକାରୀ ସଭାପତି, ୧୫ ଉପସଭାପତି, ୩୧ ସାଧାରଣ ସଂପାଦକ

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଓଡିଶା ପ୍ରଦେଶ ମହିଳା କ˚ଗ୍ରେସ ଆଜି ବିଶାଳ କମିଟି ଘୋଷଣା କରିଛି। ଶତାଧିକ ସଦସ୍ୟାଙ୍କୁ ନେଇ ଗଠିତ ଏହି କମିଟିରେ ୨ଜଣ କାର୍ଯ୍ୟକାରୀ ସଭାପତି, ଜଣେ କୋଷାଧ୍ୟକ୍ଷ, ୧୫ ଜଣ ଉପସଭାପତି, ୩୧ଜଣ ସାଧାରଣ ସ˚ପାଦଳ, ୩୫ ଜଣ ସ˚ପାଦକ, ୧୦ଜଣ କାର୍ଯ୍ୟକାରିଣୀ ସଦସ୍ୟା, ୧୪ଜଣ ସ୍ଥାୟୀ ସ୍ବତନ୍ତ୍ର ସଦସ୍ୟାଙ୍କୁ ରଖାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୁପାରିସ କ୍ରମେ ଏହି କମିଟିକୁ ଅଖିଳ ଭାରତ ମହିଳା କ˚ଗ୍ରେସ ସଭାପତି ସୁସ୍ମିତା ଦେବ ଅନୁମୋଦନ କରିଥିବା ବେଳେ ଜାତୀୟ ସ˚ପାଦିକା ତଥା ଓଡିଶା ମହିଳା କ˚ଗ୍ରେସ ପ୍ରଭାରୀ ସନ୍ଧ୍ୟା ସାୱାଲେଖା ଏ‌ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି।

ଏହି କମିଟିରେ ମହିଳା କ˚ଗ୍ରେସ କାର୍ଯ୍ୟକାରୀ ସଭାପତି ଭାବେ ଅଜୟନ୍ତୀ ପ୍ରଧାନ ଓ ବନ୍ଦିତା ପରିଡା ରହିଥିବା ବେଳେ କୋଷାଧ୍ୟକ୍ଷ ଭାବେ ପ୍ରତିମା କରଙ୍କୁ ମନୋନୀତ କରାଯାଇଛି। ସେହିଭଳି ଉପସଭାପତି ଭାବେ ରତ୍ମମଣି ଉଲାକା, ପ୍ରଣତି ମିଶ୍ର, ମନୋଜା ମଞ୍ଜରୀ ଦେବୀ, ସ୍ବାଧୀନବାଳା ଦାସ, ପ୍ରଭାତୀ ମିଶ୍ର, ସୁକାନ୍ତୀ ଦାସ, ରଞ୍ଜିତା ଯୋଶୀ, ଶୁଭଶ୍ରୀ ପଣ୍ତା, ଜୟଶ୍ରୀ ପଟ୍ଟନାୟକ, ସୁଭାସିନୀ ମହାକୁଡ, ଶୋଭାରାଣୀ ଦାସ, କମଳା ତିରିଆ, ଦେବସ୍ମିତା ସାମଲ, ହୁର‌୍‌ ବାନୁ ଓ ବିନୀତା ମାଝୀଙ୍କୁ ମନୋନୀତ କରାଯାଇଛି। ଏହାର ସାଧାରଣ ସ˚ପାଦକ ଭାବେ ଅର୍ଚ୍ଚନା ନନ୍ଦୀ, ବନ୍ଦିତା ପଟ୍ଟନାୟକ, ଶ୍ରୀୟା ସମ୍ବେଦନା, ପ୍ରତିମା ମଲ୍ଲିକ, ରେଣୁବାଳା ରାଉତ, କନକଲତା ମଲ୍ଲିକ, ଅନ୍ନପୂର୍ଣ୍ଣା ସାହୁ, ସରିତା ରଥ, ପ୍ରତିମା ଜେନା, ମିତା ରାୟ, ସ୍ନେହଲତା ରାୟଚୌଧୁରୀ, ଜ୍ୟୋତ୍ସା ଦାସ, ବିନ୍ଧ୍ୟାବିନୀ ସାହୁ, ସୁଲୋଚନା ନାୟକ, ପ୍ରଜ୍ଞା ପରମିତା ମହାନ୍ତି, ଗାୟତ୍ରୀ ମହାନ୍ତି, ନିର୍ମଳା ମଲ୍ଲିକ, ଲଳିତା ସାହୁ, ସୁପ୍ରଭା ଦାସ, ମଞ୍ଜୁଲତା ବାରିକ, ଏମ୍‌.ଏ.ପରବିନ୍‌, ମଧୁସ୍ମିତା ରଥ, ରିତା ହେମ୍ବ୍ରମ୍‌, ଗୋରେଟୀ ଖେସ୍‌, କୁସୁମ ପ୍ରଧାନ, ଜବାମଣି ଟୁଡୁ, ରିତା ରାଉତ, ସୁଜାତା ଜେନା, ନିରୂପମା ଦାସ, ସ୍ମୃତି ପହି, ରୂପଦିପ୍ତା ମହାପାତ୍ର ରହିଛନ୍ତି।

କମିଟିରେ ସଂପାଦକ ଭାବେ ବିଜୟୀନି ତିରିଆ, ନିରୁପମା ପାତ୍ର, ସନ୍ଧ୍ୟାରାଣୀ ଦାସ ସାମନ୍ତ, ସୁନିତା ବାଗ, ଉଲ୍ଲାସ ମଲ୍ଲିକ, ବିନୀତା ନାୟକ, ଚୈତାଳୀ ପଟ୍ଟନାୟକ, ବିଶ୍ବକଲ୍ୟାଣୀ କର, ମଞ୍ଜୁଲତା ଗୌଡ, ନିଲମ୍‌ ଗୁପ୍ତା, ସିଲି ସେଠୀ, ବୈଶାଳୀ ବେହେରା, ରୀନା ସ୍ବାଇଁ, ଦୀପ୍ତିରାଣୀ ପ୍ରଧାନ, ରେଖା ହୋତା, ସବିତା ସ୍ବାଇଁ, ରୀନା ମେହେର, ଖୁଲଣା ଜେନା, ଭାଗ୍ୟଲକ୍ଷ୍ମୀ ପଣ୍ତା, ସସ୍ମିତା ସାହୁ, ଏଲ୍‌ ମାଣିକ ପ୍ରଭା, ସ୍ବାଗତିକା ବିଶ୍ବାଳ, ଅଙ୍ଗୁରୀ ବେଗମ୍‌, ରଶ୍ମିତା ଟେଟେ, ତୃପ୍ତି ବେହେରା, ଶୁଭସ୍ମିତା ଧଳ, ୟାସ୍‌ମିନ୍‌ ବିବି, ଆଶା ମିଞ୍ଜ, ବିଷ୍ଣୁପ୍ରିୟା ଚାନ୍ଦ, ବିଳାସିନୀ ନାୟକ, ମାଧବୀ ସେନାପତି, ସୁଜ୍ଞାନୀ ପଟ୍ଟନାୟକ, ମଞ୍ଜୁ ନାୟକ, କୁନୀ ହରିଚନ୍ଦନ, ନିଳୀମା ଅଗ୍ରୱାଲା ମନୋନୀତ ହୋଇଛନ୍ତି। ସେହିଭଳି କାର୍ଯ୍ୟକାରୀ ସଦସ୍ୟା ଭାବେ ସ˚ଯୁକ୍ତା ମହାନ୍ତି, ବାସନ୍ତୀ ପ୍ରଧାନ, ଉର୍ବଶୀ ମିଶ୍ର, ମଞ୍ଜୁଲତା ସାହୁ, ନଳିନୀ ଉଦ୍‌ଗଲା, ରୁବି କାନୁନ୍‌ଗୋ, ଅନୁସୂୟା ବେହେରା, ସୁରେଖା ମଲ୍ଲିକ, ମମତା ସାହୁ ଏବଂ କମିଟିରେ ସ୍ଥାୟୀ ସ୍ବତନ୍ତ୍ର ସଦସ୍ୟା ଭାବେ ଜୟନ୍ତୀ ପଟ୍ଟନାୟକ, ସୁଶୀଳା ତିରିଆ, ଉମାରାଣୀ ପାତ୍ର, ସରସ୍ବତୀ ହେମ୍ବ୍ରମ୍‌, ବିଜୟଲକ୍ଷ୍ମୀ ସାହୁ, ସନ୍ଧ୍ୟା ମହାପାତ୍ର, ସସ୍ମିତା ବେହେରା, ପରମା ପୂଜାରୀ, ଚନ୍ଦ୍ରମା ସାନ୍ତା, ଇନ୍ଦିରା ମିତ୍ର, ସାବିତ୍ରୀ ଚୌଧୁରୀ, ମଞ୍ଜୁ ମହାନ୍ତି, କିରଣ ପଣ୍ତା ଓ ପ୍ରଭା ପଟେଲ ରହିଛନ୍ତି। ନୂତନ କରି ଘୋଷିତ ରାଜ୍ୟ ମହିଳା କ˚ଗ୍ରେସ କମିଟିର ସମସ୍ତ ସଭ୍ୟା ଓ କର୍ମକର୍ତାଙ୍କୁ ଆସନ୍ତା ୧୫ ତାରିଖରେ ଭୁବନେଶ୍ବର କ˚ଗ୍ରେସ ଭବନରେ ସ୍ବାଗତ କରାଯିବ ବୋଲି ପ୍ରଦେଶ ମହିଳା କ˚ଗ୍ରେସ ସଭାପତି ସୁମିତ୍ରା ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର