କରୋନା ଲଢେଇ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଜିଲ୍ଲାକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରସଂଶା

ଭୁବନେଶ୍ୱର : କୋଭିଡ-୧୯ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଏବେ ବିଶ୍ୱର ସୁନାମଧନ୍ୟ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରସଂଶା କରିଛି ।

କିଛି ମାସ ପୂର୍ବେ ଗଞ୍ଜାମ ଜିଲ୍ଲା ଏକ କରୋନା ହଟସ୍ପଟ ଭାବେ ଗଣାଯାଉଥିଲା । ଜିଲ୍ଲାକୁ ଦେଶ ବିଭିନ୍ନ କରୋନା ପ୍ରଭାବିତ ରାଜ୍ୟ ଯଥା ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁରେ କାମ କରୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରିଥିଲେ । ଏହା କରୋନା ସଂକ୍ରମଣକୁ ବଢାଇଦେଇଥିଲା ।

କିନ୍ତୁ ରାଜ୍ୟ ସରକାରଙ୍କ ପ୍ରଭାବୀ ଓ ଯୋଜନାବଦ୍ଧ ପଦକ୍ଷେପ ଯୋଗୁଁ ଆଜି ଗଞ୍ଜାମ ଜିଲ୍ଲାରେ କରୋନାଭାଇରସ ନିୟନ୍ତ୍ରଣକୁ ଆସିଯାଇଛି । ଗଞ୍ଜାମରେ କରୋନା ଭାଇରସକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ନେଉଥିବା ପଦକ୍ଷେପକୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଦାରଖ କରୁଥିଲେ । ଜିଲ୍ଲାକୁ ରେକର୍ଡ ସଂଖ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଯାଇଥିଲା । ଜିଲ୍ଲାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ କରୋନା ନିୟନ୍ତ୍ରଣ କାମରେ ଲଗାଯାଇଥିଲା । ୫-ଟି ସଚିବ ଭି.କେ. ପାଣ୍ଡିଆନ ଜିଲ୍ଲାଗସ୍ତରେ ଯାଇ ସରପଞ୍ଚମାନଙ୍କ ସହ ଆଲୋଚନା କରିଥିଲେ । ଏହା ଫଳରେ ସେମାନେ କୋଭିଡ ବିରୋଧୀ ଲଢେଇ ପାଇଁ ଅନୁପ୍ରାଣିତ ହୋଇଥିଲେ । କୋଭିଡ ମୁକାବିଲାରେ ସେମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ସ୍ଥିତିକୁ ସୁଧାରିବାରେ ସହାୟକ ହୋଇଥିଲା ।

ସମ୍ବନ୍ଧିତ ଖବର