ଭୁବନେଶ୍ବର : ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ କାରାଗାର ଉନ୍ନୟନ ବୋର୍ଡ ଗଠନ ହୋଇଛି। ମୁଖ୍ୟ ଶାସନ ସଚିବ ଏହି ବୋର୍ଡର ଅଧ୍ୟକ୍ଷ ହୋଇଥିବା ବେଳେ ଜେଲ୍ ଡିଜି ସଦସ୍ୟ ଆବାହକ ରହିଛନ୍ତି। ସେହିପରି ଗୃହ, ଅର୍ଥ, ଆଇନ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ମହିଳା ଓ ଶିଶୁ କଲ୍ୟାଣ, ସ୍ବାସ୍ଥ୍ୟ, ଇଲେକ୍ଟ୍ରୋନିକ୍ ଏବଂ ଆଇଟି ବିଭାଗର ସଚିବ ଏହି ବୋର୍ଡର ସଦସ୍ୟ ରହିବେ। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଜେଲର ଉନ୍ନତିକରଣ ସମ୍ପର୍କରେ ଏହି ବୋର୍ଡ ୩-୫ ବର୍ଷୀୟା ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବେ। ସେହିପରି ଏହାର ବାର୍ଷିକ ସମୀକ୍ଷା ମଧ୍ୟ କରାଯିବ। ୬ ମାସକୁ ଅନୂନ୍ୟ ଥରେ ଯେମିତି ଏହି ବୋର୍ଡର ବୈଠକ ବସିବ। ସବୁ ଜେଲରେ ଅନ୍ତେବାସୀଙ୍କ ଜୀବନ ଶୈଳୀ, ସର୍ବନିମ୍ନ ଆବଶ୍ୟକତା ଆଦି ସମ୍ପର୍କରେ ଏହି ବୋର୍ଡ ଅନୁଧ୍ୟାନ କରିବେ। ଶିକ୍ଷା, ଧନ୍ଦାମୂଳକ ତାଲିମ କିପରି ହେଉଛି ସେ ସମ୍ପର୍କରେ ସମୀକ୍ଷା କରିବା ସହ ଆଉ କଣ କରାଯାଇ ପାରିବ ସେ ନେଇ ବୋର୍ଡ ପରାମର୍ଶ ଦେଇପାରିବେ।
ଗଠନ ହେଲା ଓଡ଼ିଶା କାରାଗାର ଉନ୍ନୟନ ବୋର୍ଡ
ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ, ଜେଲ୍ ଡିଜି ସଦସ୍ୟ ଆବାହକ
/sambad/media/post_attachments/wp-content/uploads/2021/12/jail-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)