ଓଡ଼ିଶା ପ୍ରୋଟୋକଲ୍‌ ଭାଙ୍ଗିଛି: ଛତିଶଗଡ଼

ସମ୍ବଲପୁର : ଓଡ଼ିଶା ମହାନଦୀ ଜଳ ବିବାଦ ବୁଝାମଣା ସମ୍ବନ୍ଧୀୟ ପ୍ରୋଟୋକଲ୍‌ର ଉଲ୍ଲଂଘନ କରିଛି ବୋଲି ଅଭିଯୋଗ ଆଣିଛି ଛତିଶଗଡ଼। ଓଡ଼ିଶାର ଖବରକାଗଜ ଗୁଡ଼ିକରେ ପ୍ରକାଶିତ ରିପୋର୍ଟ ଉପରେ ଆପତ୍ତି କରି ଛତିଶଗଡ଼ ସରକାର କହିଛନ୍ତି ଯେ ଓଡ଼ିଶାର ସର୍ବୋଚ୍ଚ ଯନ୍ତ୍ରୀଙ୍କ ବିଜ୍ଞପ୍ତି ଆଧାରିତ ଖବର ଉଭୟ ରାଜ୍ୟ ଦ୍ବାରା ଜାରି ପ୍ରୋଟକଲ୍‌ର ବି‌ରୁଦ୍ଧାଚରଣ କରୁଛି। ଛତିଶଗଡ଼ କଲ୍‌ମା ବ୍ୟାରେଜ୍‌ର ୧୭ ବା ୨୦ଟି ଗେଟ୍ ଖୋଲିଥିବା ନେଇ ସର୍ବୋଚ୍ଚ ଯନ୍ତ୍ରୀ ଗଣମାଧ୍ୟମରେ ବିବୃତି ଦେଇ ଠିକ୍ କରି ନାହାନ୍ତି। ବର୍ତ୍ତମାନ ଏହି ପ୍ରସଂଗ ଟ୍ରିବ୍ୟୁନାଲ୍‌ଙ୍କ ବିଚାରାଧୀନ ଥିବାବେଳେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଭଳି ଉଚ୍ଚତମ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏଭଳି ପ୍ରେସ୍‌ ବିବୃତି ଜାରି ହେବା ପ୍ରୋଟୋକଲ୍‌ର ସିଧା ଉଲ୍ଲଂଘନ ବୋଲି ଛତିଶଗଡ଼ ଅଭିଯୋଗ କରିଛି।

ଛତିଶଗଡ଼ ପକ୍ଷରୁ କୁହାଯାଇଛି ଯେ ହୀରାକୁଦ ଜଳାଶୟର ଜଳଗ୍ରହଣ କ୍ଷମତା ମହାନଦୀ ବେସିନ୍‌ର ସମସ୍ତ ଜଳାଶୟର ଜଳଗ୍ରହଣ କ୍ଷମତା ତୁଳନାରେ ଅଧିକ। ସେଥିପାଇଁ ଜଳାଭାବ ସଂପର୍କିତ ଓଡ଼ିଶାର ଅଭିଯୋଗ ଭିତ୍ତିହୀନ।

ଓଡ଼ିଶାର ମହାନଦୀ ବେସିନ୍‌ରେ ଜଳ ସଂଶାଧନର ବହୁମୁଖୀ ବ୍ୟବସ୍ଥା ରହିଛି। କିନ୍ତୁ, ଛତିଶଗଡ଼ ନିଜେ ଜଳ ସଂରକ୍ଷଣ କରି ତାର ବ୍ୟବହାର କରିଥାଏ। ଛତିଶଗଡ଼ରେ ଜଳର ପ୍ରତିଟି ବିନ୍ଦୁକୁ ସଂରକ୍ଷିତ କରିବାର ପ୍ରୟାସ ହୁଏ। ଛତିଶଗଡ଼ କେବଳ ନିଜର ଇନ୍‌ଷ୍ଟ୍ରିମ୍ ଚେକ୍‌ଡ୍ୟାମ୍ ଓ ବ୍ୟାରେଜ୍ ମାଧ୍ୟମରେ ବର୍ଷା ଜଳ ସଂରକ୍ଷଣ କରିବାରେ ଧ୍ୟାନ କେନ୍ଦ୍ରିତ କରିଛି। ଏହାଛଡ଼ା ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରିଛି ଯାହାର ସିଧାସଳଖ ଲାଭ ଓଡ଼ିଶାକୁ ମିଳୁଛି। କାରଣ ଭୂତଳ ସଂରକ୍ଷିତ ଜଳ ବ୍ୟବହାର ପରେ ମହାନଦୀ ଓ ଏହାର ଉପନଦୀ ଗୁଡ଼ିକରେ ଛଡ଼ାଯାଏ ଯାହା ଓଡ଼ିଶାକୁ ହିଁ ବହି ଯାଇଥାଏ। ଚଳିତବର୍ଷ ଏପ୍ରିଲ୍ ୨୫ ତାରିଖ, ୨୦୨୨ ଓ ୨୦୨୨ ଏପ୍ରିଲ୍ ୨୫ ତାରିଖରେ ଉପଗ୍ରହ ଦ୍ବାରା ନିଆଯାଇଥିବା ପୃଥକ ଚିତ୍ରରେ ହୀରାକୁଦ ଜଳାଶୟରେ ମହାନଦୀର ପ୍ରବାହରେ କୌଣସି ପାର୍ଥକ୍ୟ ନାହିଁ।

ସମ୍ବନ୍ଧିତ ଖବର