ପବ୍ଲିକ୍ ପ୍ରସିକ୍ୟୁଟର ନିଯୁକ୍ତି ପରୀକ୍ଷାଫଳ ପ୍ରକାଶ : ଅବଦୁଲ ସମିମ ଅଖତାର ପ୍ରଥମ

କଟକ : ପବ୍ଲିକ୍ ପ୍ରସିକ୍ୟୁଟର, ଗ୍ରୁପ୍-ଏ ପଦବିରେ ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ୧୨ ଜଣଙ୍କ ନାଁ ସୁପାରିଶ କରିଛି। ଗତ ମାସରେ ଅନୁଷ୍ଠିତ ସାକ୍ଷାତକାର ପରୀକ୍ଷା ପରେ ଚୂଡ଼ାନ୍ତ ତାଲିକା ଓପିଏସସି ପ୍ରକାଶ କରିଛି। ଚୂଡାନ୍ତ ତାଲିକାର ପ୍ରଥମ ସ୍ଥାନରେ ଅବଦୁଲ ସମିମ ଅଖତର ରହିଥିବା ବେଳେ ଦୀପ୍ତିପ୍ରକାଶ ବ୍ରହ୍ମା ଦ୍ବିତୀୟ ଓ କହ୍ନାଇଲାଲ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ଦାସ, ସଂଜୟ କୁମାର ପ୍ରଧାନ, ସବିତା କୁମାରୀ ପଣ୍ଡା, ପ୍ରକାଶ ଚନ୍ଦ୍ର ମହାନ୍ତି, ଦୀପ୍ତିରଂଜନ ଷେଣ୍ଢ୍, ବୃନ୍ଦାବନ ନାୟକ, ରଶ୍ମିତା ମହାପାତ୍ର, ନିଦର୍ଶିନୀ ରଥ ଓ ସସ୍ମିତା ମହାପାତ୍ର ଚୂଡାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି। ଗୃହ ବିଭା‌ଗ ଅଧୀନରେ ଏହି ପ୍ରର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୮, ଅଗଷ୍ଟ ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ଲିଖିତ ପରୀକ୍ଷାରେ ୩୧ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା।

ସମ୍ବନ୍ଧିତ ଖବର