ଭୁବନେଶ୍ୱର : ଆସନ୍ତା ୮ତାରିଖରୁ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲିବ। ଜାନୁଆରି ୨୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ଅପରାହ୍ଣ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ସର୍ବସାଧାରଣ ଉଦ୍ୟାନ ପରିଦର୍ଶନ କରିପାରିବେ। ଛୁଟିଦିନ ଓ ରବିବାର ମଧ୍ୟ ଉଦ୍ୟାନ ଖୋଲା ରହିବ। ଓ୍ଵାଟର ଫାଉଣ୍ଟେନ୍, ମ୍ୟୁଜିକାଲ୍ ଫାଉଣ୍ଟେନ୍, ମୟୂର, ହରିଣ ପାର୍କ, ଗୋଲାପ ଉଦ୍ୟାନ, ଆୟୁର୍ବେଦିକ ବୃକ୍ଷ ଉଦ୍ୟାନ, ବତକ, କକ୍ଟେଲ୍ ପକ୍ଷୀ ଘର ଭଳି ଆକର୍ଷଣୀୟ ଦୃଶ୍ୟ ଦେଖିବାର ସୁଯୋଗ ମିଳିବ। ପରିଦର୍ଶନ ସମୟରେ ରାଜଭବନ ପରିସରକୁ ସାଙ୍ଗରେ କ୍ୟାମେରା, ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ନେବା ବାରଣ ରହିଛି। ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି।
୮ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ
/sambad/media/post_attachments/wp-content/uploads/2018/01/raj-bhawan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)