୪୦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ର‍୍ୟାଙ୍କ ୨୦

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଦେଶର ୪୦ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ତାଲିକାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, କୋରାପୁଟ ୨୦ତମ ସ୍ଥାନ‌ରେ ରହିଛି। ମୋଟ ୨୮୩.୫ ମାର୍କ ମଧ୍ୟରୁ ବିଶ୍ବବିଦ୍ୟାଳୟ ୧୭୧.୮ ମାର୍କ ରଖି ଏଭଳି ସଫଳତା ପାଇଛି। ବିଶ୍ବ ଭାରତୀ ୫୦% ମାର୍କ ଓ ଆହ୍ଲାବାଦ ବିଶ୍ବବିଦ୍ୟାଳୟ ୩୩% ମାର୍କ ରଖି ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ତଳକୁ ରହିଛନ୍ତି। ଜାମିଆ ମିଲିଆ ଇସାଲାମିଆ ବିଶ୍ବବିଦ୍ୟାଳୟ ୯୦% ମାର୍କ ରଖି ଶୀର୍ଷରେ ରହିଛି। ଅରୁଣାଚଳ ପ୍ରଦେଶସ୍ଥିତ ରାଜୀବ ଗାନ୍ଧୀ ବିଶ୍ବବିଦ୍ୟାଳୟ ୮୩% ମାର୍କ ରଖି ଦ୍ବିତୀୟ, ଜେଏନ୍‌ୟୁ ୮୨% ମାର୍କ ରଖି ତୃତୀୟ ଓ ଆଲିଗଡ଼ ମୁସ୍କଲିମ୍‌ ବିଶ୍ବବିଦ୍ୟାଳୟ ୭୮% ମାର୍କ ରଖି ୪ର୍ଥ ସ୍ଥାନରେ ରହିଛନ୍ତି। ବିଭିନ୍ନ ଦିଗକୁ ଆଧାର କରି ଏହି ରୢାକିଂ କରାଯାଇଛି। ଯେମିତି କି ତ୍ରୀପାକ୍ଷିକ ରାଜିନାମା, ପ୍ରତିବର୍ଷ ୟୁଜି, ପିଜି, ଏମ୍‌ଫିଲ୍‌, ପିଏଚ୍‌ଡିରେ କେତେ ପିଲା ନାମଲେଖାଇଲେ, ଛାତ୍ରଛାତ୍ରୀଙ୍କ ଅନୁପାତ, ଶିକ୍ଷକ-ଛାତ୍ରଙ୍କ ଅନୁପାତ, ଅଧ୍ୟାପକଙ୍କ ଦକ୍ଷତା ଆଦିକୁ ବିଚାରକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର