ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ସମ୍ମିଳନୀର ତୃତୀୟ ଅଧିବେଶନରେ ‘ଜଳବାୟୁ ପ୍ରବାସ - ଏକ ଜଳବାୟୁ ସ୍ଥିର ପ୍ରଶାସନ ଗଠନ’ଶୀର୍ଷକ ଆାଲୋଚନାରେ ଆଇଆଇଏଚଏସ ପରିବେଶ ଏବଂ ସ୍ଥାୟୀତ୍ୱ ସ୍କୁଲର ଅଧ୍ୟାପକ ଶୀତଲ ପାଟିଲ କହିଲେ, ଜଳବାୟୁ ପରିବର୍ତ୍ତନ ଯୋଗୁ ସ୍ଥାନାନ୍ତର ବହୁଳ ଭାବେ ହେଉଛି। ଭାରତରେ ପ୍ରତି ୪ ଜଣରେ ଜଣେ ଲୋକ ସ୍ଥାନାନ୍ତର ହୋଇଥାନ୍ତି। ଏଭଳି ଘଟଣାରେ ତାଲିକାରେ ଓଡ଼ିଶା ୪ର୍ଥ ସ୍ଥାନରେ ରହିଛି।
ଜଳାବାୟୁ ପରିବର୍ତ୍ତନ କ୍ଷେତ୍ରରେ ହେଉଥିବା ଲୋକଙ୍କ ସ୍ଥାନାନ୍ତର କ୍ଷେତ୍ରରେ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି। ସେହିପରି ଜଳବାୟୁ ପରିବର୍ତ୍ତନ ନେଇ ସଚେତନା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଏନେଇ ପଞ୍ଚାୟତସ୍ତରରୁ କାର୍ଯ୍ୟ ଆରମ୍ଭ ହେବା ଆବଶ୍ୟକ। ଏହା ସହାସହିତ ଲିଙ୍ଗଗତ ସୁରକ୍ଷା ଆବଶ୍ୟକ। ଏହା ସହିତ ସାମାଜିକ ସୁରକ୍ଷା ମଧ୍ୟ ଜରୁରୀ।
ରାଜ୍ୟ ପ୍ରଶାସନ ସ୍ଥାନାନ୍ତର ଘଟଣାକୁ ଅଧ୍ୟୟନ କରି ଏନେଇ ଉପଯୋଗୀ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।