କରୋନା ଟିକାକରଣରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ

ଭୁବନେଶ୍ବର : କରୋନା ମହାମାରୀ ପ୍ରତିହତ ପାଇଁ ଜାରି ରହିଥିବା ଟିକାକରଣ କାର୍ଯ୍ୟକ୍ରମରେ ଦେଶରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଏବେସୁଦ୍ଧା ରାଜ୍ୟରେ ୮୦% ଟିକାକରଣ ଶେଷ ହୋଇଛି। ଗତକାଲି ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ୧୧୪% ଟିକାକରଣ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାରେ ୪୭.୬% ଟିକାକରଣ ହୋଇଛି। କେନ୍ଦ୍ରାପଡ଼ା, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ଆଦୌ ଟିକାକରଣ ଆରମ୍ଭ ହୋଇନାହିଁ। ଆଜି ୨୩୦ଟି ଅଧିବେଶନରେ ୧୯ ହଜାର ୭୭୦ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କାରଯାଇଥିଲା। ସେଥିରୁ ୧୫ ହଜାର ୮୩୧ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ଉଲ୍ଲେଖନୀୟ କଥା ହେଉଛି ଏତେସଂଖ୍ୟକ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବା ପରେ ବି କୌଣସି ପାର୍ଶ୍ବପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଗଣତନ୍ତ୍ର ଦିବସ ପାଇଁ ଗତ ୨୬ ତାରିଖରେ ସାରା ରାଜ୍ୟରେ ଟିକାକରଣ ବନ୍ଦ ରହିଥିଲା। ସେହପରି ଗତକାଲି କେବଳ ଭୁବନେଶ୍ବରକୁ ଛାଡ଼ି ବାକି ଅନ୍ୟ ଜିଲ୍ଲାଗୁଡ଼ିକରେ ବି ଟିକାକରଣ କରାଯାଇନଥିଲା। ଆସନ୍ତାକାଲି ୧୯୩ଟି ଅଧିବେଶନରେ ୧୬ ହଜାର ୫୦ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର