ଭୁବନେଶ୍ବର : ମିଲେଟ୍ ପ୍ରୋତ୍ସାହକ ରାଜ୍ୟ ଭାବେ ଓଡ଼ିଶାକୁ ସ୍ବୀକୃତି ମିଳିଛି। ଆଜି ଆଇସିଏମ୍ଆର୍ ଓ ଆଇଆଇଏମ୍ଆର୍ ପକ୍ଷରୁ ହାଇଦ୍ରାବାଦରେ ଆଜି ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ କୃଷି ନିର୍ଦେଶକ ଏମ ମୁଥୁକୁମାର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ ମାଣ୍ଡିଆ ଭଳି କ୍ଷୁଦ୍ରଶସ୍ୟ ଚାଷକୁ ଗୁରୁତ୍ବ ଦେବା ଲାଗି ୨୦୧୭ ମସିହାରେ ରାଜ୍ୟରେ ସରକାରଙ୍କ ପକ୍ଷରୁ ‘ମିଲେଟ୍ ମିସନ’ ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଗତବର୍ଷ ୪୭ ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଥିବାବେଳେ ଚଳିତ ବର୍ଷ ୬୩ ହଜାର ହେକ୍ଟରରେ ଚାଷ ହୋଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଭଳି ୧୫ ଜିଲ୍ଲାର ୮୪ ବ୍ଲକ୍ରେ ଚାଷୀମାନେ ମିଲେଟ୍ ବା ମାଣ୍ଡିଆ ଉତ୍ପାଦନ କରି ବେଶ୍ ଲାଭବାନ ହୋଇପାରିଛନ୍ତି। ଫଳରେ ମିଲେଟ୍ ଉତ୍ପାଦନ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଅନ୍ୟତମ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇପାରିଛି। ଆଗାମୀ ଦିନରେ ୨୦ ଜିଲ୍ଲାର ୧୪୭ ବ୍ଲକ୍ରେ ଏହି ଚାଷ ସମ୍ପ୍ରସାରଣ କରାଯିବା ନେଇ ଲକ୍ଷ୍ୟ ରହିଛି। ୨୦୨୩ ମସିହାକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/milet.jpg)