ନେଭା ପ୍ଲାଟ୍‌ଫର୍ମରେ ଇ-ବଜେଟ୍ ଆଣି ରେକର୍ଡ କଲା ଓଡ଼ିଶା

ଭୁବନେଶ୍ବର : ୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍ ଆଗତ ସମୟରେ ଇ-ବଜେଟ୍ ପ୍ରଚଳନ କରିଥିଲେ। ଏହା ରେକର୍ଡ ଥିଲା। ଏଥର ଏହାକୁ ପରବର୍ତ୍ତୀ ସ୍ତରକୁ ନେଇ ୨୦୨୧-୨୨ ବଜେଟ୍‌କୁ ଅର୍ଥ ବିଭାଗ ନେଭା (ନ୍ୟାସନାଲ ଇ-ଭିଦାନ ଆପ୍ଲିକେସନ୍) ଜରିଆରେ ଅର୍ଥାତ୍ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଆଗତ କରିଛନ୍ତି। ଏହିବର୍ଷରୁ ବଜେଟ୍ ସଂକ୍ରାନ୍ତ ସମସ୍ତ ପ୍ରକ୍ରିୟା କାଗଜବିହୀନ ହୋଇଛି। ନେଭା ପ୍ଲାଟ୍‌ଫର୍ମ ବ୍ୟବହାର କରି ଇ-ବଜେଟ୍ ଉପସ୍ଥାପନରେ ଓଡ଼ିଶା ସମଗ୍ର ଭାରତବର୍ଷରେ ସମ୍ଭବତଃ ପ୍ରଥମ ରାଜ୍ୟ ବୋଲି ଅର୍ଥମନ୍ତ୍ରୀ ଦାବି କରିଛନ୍ତି। ଏହି ପଦକ୍ଷେପ ଦ୍ବାରା ୧କୋଟି ୫୦ଲକ୍ଷ ପୃଷ୍ଠା କାଗଜ ଛପା ଆବଶ୍ୟକ ପଡ଼ିଲା ନାହିଁ। ଯାହା ଦ୍ବାରା ୨ ହଜାର ବୃହତ୍ ବୃକ୍ଷକୁ ସୁରକ୍ଷା ପ୍ରଦାନ କରାଯାଇପାରିଲା ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର