ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ଆଜି ରାତି ୧ଟା ଯାଏ ଖୋଲା ରହିବ ବାର୍ ଓ ଠିପି ଖୋଲା ମଦ ଦୋକାନ

ଭୁବନେଶ୍ବର : ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବାର୍ ଓ ଠିପି ଖୋଲା ମଦ ଦୋକାନ। ଭୁବନେଶ୍ବର, କଟକ ଓ ପୁରୀରେ ଏହା କାର୍ଯ୍ୟକାରୀ ହେବ। ଆଜି ଅବକାରୀ ବିଭାଗର ଅତିରିକ୍ତ ସଚିବ ଅବକାରୀ ବିଭାଗର କମିସନରଙ୍କୁ ଏଭଳି ଚିଠି ଦେଇଛନ୍ତି। ଅତିରିକ୍ତ ସଚିବଙ୍କ ଏଭଳି ଚିଠି ପରେ ଆଉ ଏକ ଘଣ୍ଟା ବାର ଓ ଠିପି ଖୋଲା ମଦ ଦୋକାନ ଖୋଲା ରଖିବାକୁ ମହଲତ ମିଳି ପାରିବ। ଚଳିତ ବର୍ଷ ପ୍ରଥମ ଥର ଲାଗି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବାର୍ ମାଲିକମାନେ ସ୍ବାଗତ କରିଥିବାବେଳେ ବୁଦ୍ଧିଜୀବୀମାନେ କିନ୍ତୁ ଏହାକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି।

Amar Ujala

ପ୍ରକାଶଥାଉକି, ଗତ ବର୍ଷ ହକି ବିଶ୍ବକପ ସମୟରେ ଦେଢ଼ ମାସ ଲାଗି ରାତି ୧ଟା ପର୍ଯ୍ୟନ୍ତ ବାର ଓ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏହାପରେ ପୁଣି ପୂର୍ବ ସମୟ ଅନୁଯାୟୀ ବାର୍‌ ଖୋଲା ଯାଇଥିଲା। ତେବେ ଆସନ୍ତକାଲି ଜିରୋ ନାଇଟ ସେଲିବ୍ରେସନ ପାଇଁ ରାତି ୧୨ଟା ବଦଳରେ ୧ଟା ପର୍ଯ୍ୟନ୍ତ ଖୋଲିବାକୁ ଚିଠି ହୋଇଛି। ଏ ସମ୍ପର୍କରେ ବାର ଓ ରେସ୍ତୋରାଁ ଆସୋସିଏସନର ସମ୍ପାଦକ ସତ୍ୟ ମହାନ୍ତି କହିଛନ୍ତି, ରାଜ୍ୟ ସରକାରଙ୍କ ଏଭଳି ନିର୍ଦେଶକୁ ଆମେ ସ୍ବାଗତ କରୁଛୁ। ଏଥିରେ କୌଣସି ସମସ୍ୟା ନାହିଁ। ଏହା ଦ୍ବାରା ଯୁବ ପିଢ଼ିମାନେ ନୂ୍ଆବର୍ଷକୁ ଭଲ ଭାବେ ଉପଭୋଗ କରି ପାରିବେ। ମୁମ୍ବାଇରେ ସକାଳ ୬ଟା ଓ କୋଲକାତାରେ ରାତି ୪ଟା ପର୍ଯ୍ୟନ୍ତ ବାରଗୁଡିକ ଖୋଲା ରଖିବାକୁ ସେଠାକାର ସରକାର ଅନୁମତି ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ପୁଲିସ ପକ୍ଷରୁ କୁହାଯାଇଛି ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ୍ୟପାନ କରି ଗାଡ଼ି ଚଳାଇବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାଳକମାନଙ୍କଠାରୁ ଜରିମାନା ଆଦାୟ କରାଯିବା ସହିତ ଆବଶ୍ୟକ ପଡ଼ିଲେ ବାଇକ୍‌ ଓ ଡ୍ରାଇଭିଂ ଲାଇସେନ୍ସ ଜବତ କରାଯିବ।

ସମ୍ବନ୍ଧିତ ଖବର