ପୂଜା ଛୁଟିରେ ୨ଦିନ ଖୋଲା ରହିବ ଆରଟିଓ କାର୍ଯ୍ୟାଳୟର ରେଜିଷ୍ଟ୍ରେସନ ବିଭାଗ

ଭୁବନେଶ୍ୱର: ପୂଜା ଛୁଟିରେ ୨ଦିନ ଖୋଲା ରହିବ ଆରଟିଓ କାର୍ଯ୍ୟାଳୟ | ଆରଟିଓ କାର୍ଯ୍ୟାଳୟର ରେଜିଷ୍ଟ୍ରେସନ ବିଭାଗଟି ୨ଦିନ ଖୋଲା ରହିବ ବୋଲି ଜଣା ପଡ଼ିଛି | ଅକ୍ଟୋବର ୨୪ ଏବଂ ୨୬ରେ ଦିନ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆରଟିଓର ରେଜିଷ୍ଟ୍ରେସନ ବିଭାଗ ଖୋଲା ରହିବ | ଦୁର୍ଗା ପୂଜା ସମୟରେ ଲୋକେ ଅଧିକ ଗାଡ଼ି କିଣିବାର ସମ୍ଭାବନା ରହିଥିବାରୁ ରାଜ୍ୟ ପରିବହନ ପ୍ରାଧିକରଣ ଏଭଳି ନିଷ୍ପତ୍ତି ନେଇଛନ୍ତି |

ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଦୁଇ ଦିନ ମଧ୍ୟରେ ଆରଟିଓ, ଡିଲରଙ୍କଠାରୁ ଗାଡ଼ି ପଞ୍ଜୀକରଣ ପାଇଁ ଡକ୍ୟୁମେଣ୍ଟ ଗ୍ରହଣ କରିବେ ଏବଂ ପଞ୍ଜୀକରଣ ନମ୍ବର ବଣ୍ଟନ କରିବେ | ଆରଟିଓ ସେହି ଅନୁଯାୟୀ ଆବଶ୍ୟକ ରୋଷ୍ଟର ବ୍ୟବସ୍ଥା କରିବ ଏବଂ ଏହି ସୁବିଧା ସମ୍ବନ୍ଧରେ ସେମାନଙ୍କ ଅଧୀନରେ ଥିବା ସମସ୍ତ ଡିଲରଙ୍କୁ ଅବଗତ କରାଇବେ | ଏହା ସହ ଆରଟିଓ କର୍ମଚାରୀମାନେ ଦୁର୍ଗା ପୂଜାର ସମସ୍ତ ଚାରି ଦିନ (ଅକ୍ଟୋବର ୨୩ ରୁ ୨୬) ଛୁଟିରେ ଘରୁ କାମ କରି  ଡିଲର ପଏଣ୍ଟ ମାଧ୍ୟମରେ କରାଯାଇଥିବା ଏନଟିଭି ଯାନଗୁଡିକର ପଞ୍ଜିକରଣ କରିବେ |

Bhubaneswar: RTO-II Closed After Staff Come In Contact With COVID-19 Positive | Odisha
Ommcom News

ସିଏମଭି ନିୟମ ୧୯୬୯ର ନିୟମ ୪୨ ଅନୁଯାୟୀ, କୌଣସି ଡିଲର ପଞ୍ଜିକରଣ ଏବଂ ଏଚଏସଆରପି ନମ୍ବର ପ୍ଲେଟ ବିନା କୌଣସି ମୋଟର ଯାନ ଡେ଼ଲିଭର କରିପାରିବେ ନାହିଁ | ସମସ୍ତ ଆରଟିଓଙ୍କୁ ଡିଲର ପରିସର ଯାଞ୍ଚ କରିବା ସହ ଏଚଏସଆରପି ନମ୍ବର ପ୍ଲେଟ ଏବଂ ପଞ୍ଜିକରଣ ବିନା କୌଣସି ଗାଡ଼ିକୁ ଡେ଼ଲିଭର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଡିଲର ପଞ୍ଜିକରଣ ନକରି ଏବଂ ଏଚଏସଆରପି ବିନା ଗାଡି ଡେ଼ଲିଭର କରନ୍ତି, ତେବେ ଡିଲରଙ୍କ ବାଣିଜ୍ୟ ଲାଇସେନ୍ସ ବାତିଲ କିମ୍ବା ସ୍ଥଗିତ ରଖିବା ପାଇଁ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ କହିଛି।

ସମ୍ବନ୍ଧିତ ଖବର