ଭୁବନେଶ୍ୱର: ୨୦୧୫ ଓ ୨୦୧୬ ବର୍ଷ ଲାଗି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଆଜି ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକାଡେମୀର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ପୁରସ୍କାରର ଚୂଡାନ୍ତ ଫଳାଫଳ ଘୋଷଣା କରାଯାଇଛି। ସାହିତ୍ୟର ୯ଟି ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏକ ସ୍ୱତନ୍ତ୍ର ଉତ୍ସବରେ ଲେଖକଙ୍କୁ ସମ୍ମାନିତ କରାଯିବ। ନିମ୍ନରେ ପୁରସ୍କାର ପାଇଥିବା ଲେଖକମାନଙ୍କ ନାମ ତାଲିକା ପ୍ରଦାନ କରାଗଲା।

Advertisment

publive-image

publive-image

୨୦୧୫ ମସିହା ଲାଗି ଉପନ୍ୟାସ ବିଭାଗରେ ନିତ୍ୟାନନ୍ଦ ପଣ୍ଡାଙ୍କୁ ପୁରସ୍କାର ଲାଗି ଚୟନ କରାଯାଇଥିବା ବେଳେ କ୍ଷୁଦ୍ରଗଳ୍ପ ଲାଗି ପବିତ୍ର ପାଣିଗ୍ରାହୀଙ୍କୁ ଚୟନ କରାଯାଇଛି । ସେହିପରି କାବ୍ୟକବିତା ଲାଗି ବୀଣାପାଣି ପଣ୍ଡା, ପ୍ରବନ୍ଧ ଓ ସମାଲୋଚନା ଲାଗି ପଞ୍ଚାନନ ମିଶ୍ର, ଜୀବନୀ ଓ ଭ୍ରମଣ ସାହିତ୍ୟ ଲାଗି ଧରଣୀଧର ପାଣିଗ୍ରାହୀ ଏବଂ ଶିଶୁ ସାହିତ୍ୟ ଲାଗି ରବୀନ୍ଦ୍ର ବିଶ୍ୱାଳଙ୍କୁ ପୁରସ୍କାର ଲାଗି ମନୋନୀତ କରାଯାଇଛି।

ସେହିପରି ୨୦୧୬ ମସିହା ଲାଗି କ୍ଷୁଦ୍ରଗଳ୍ପ ବିଭଗରେ ଦେବଦାସ ଛୋଟରାୟଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଗି ଚୟନ କରାଯାଇଥିବା ବେଳେ ପ୍ରବନ୍ଧ ଓ ସମାଲୋଚନା ପାଇଁ ପ୍ରସନ୍ନ କୁମାର ସ୍ୱାଇଁ, ଅନୁବାଦ ଲାଗି ଶାରଦା ରଥ, ଶିଶୁ ସାହିତ୍ୟ ଲାଗି ଦେବେନ୍ଦ୍ର ଚୌଧୁରୀ ଓ ଗୀତି କବିତା ଲାଗି ମିଶ୍ର ସତ୍ୟନାରାୟଣଙ୍କୁ ପୁରସ୍କାର ଲାଗି ମନୋନୀତ କରାଯାଇଛି।