ଭୁବନେଶ୍ବର : ଓଡ଼ିଶା ସାହିତ୍ୟ ଏକାଡେମି ସାଧାରଣ ପରିଷଦକୁ ୮ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଅବଦାନ ଥିବା ୪୫ଜଣ ବ୍ୟକ୍ତିଙ୍କୁ ନେଇ ଆଜି ଭଂଜ କଳାମଣ୍ଡପରେ ନିର୍ବାଚନ କରାଯାଇଥିଲା। ଏଥିରେ ପୂର୍ଣ୍ଣଚନ୍ଦ୍ର ବହଳୀ, ଚନ୍ଦ୍ରଶେଖର ହୋତା, ଡ. ନୃସିଂହ ଚରଣ ଷଡ଼ଙ୍ଗୀ, ଡ. ସୁନୀତି ମୁଣ୍ଡ୍, ଅତୁଲ ବଳ, ରାଜୀବ ପାଣି, ଡ. ଶରତ କୁମାର ଜେନା ଓ ସୁରେଶ କୁମାର ନାୟକ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଶେଷ ସଦସ୍ୟ ଭାବେ ଦୁଇଜଣଙ୍କୁ ସମାନ ଭୋଟ୍ ମିଳିଥିବାରୁ ଧର୍ମଗୁଳା ପଡ଼ିଥିଲା।
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସ, ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି ହରିହର ମିଶ୍ର, ସଚିବ ଶୁଚିସ୍ମିତା ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ନିର୍ବାଚନ ହୋଇଥିଲା। ଆଗାମୀ ଦିନରେ ୪ ଏକାଡେମି ପୁରସ୍କାର ଉତ୍ସବ ସମେତ ଚଳଚ୍ଚିତ୍ର ଉତ୍ସବକୁ ମିଶାଇ ଏକାଠି ସର୍ବଭାରତୀୟସ୍ତରର ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ, ‘ଶିଶୁଲେଖା’ ପ୍ରକାଶନ ଏବଂ ସାହିତ୍ୟ ଏକାଡେମିର ବାକି ଥିବା ପୁରସ୍କାର ଆସନ୍ତା ଜାନୁଆରି ମାସ ସୁଦ୍ଧା ସାରିବା ନେଇ ବୈଠକରେ ଆଲୋଚନା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/sahitya-academy-logo.jpg)