ସମ୍ପୂର୍ଣ୍ଣ ହେଲା ଓଡ଼ିଶା ସାହିତ୍ୟ ଏକାଡେମିର ସାଧାରଣ ପରିଷଦ

କାର୍ଯ୍ୟକାରୀ ପରିଷଦରେ ପ୍ରସନ୍ନ, ଚନ୍ଦ୍ରଶେଖର ଓ ନୃସିଂହ
ଅର୍ଥ ପରାମର୍ଶଦାତା ଭାବେ ପୁଷ୍ପଲତା, ରୀତାରାଣୀ ଓ ସଞ୍ଜୟ ନିର୍ବାଚିତ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ସାହିତ୍ୟ ଏକାଡେମିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ୩ ଜଣ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଓ ଅନ୍ୟ ୩ ଜଣ ଅର୍ଥ କମିଟି ସଦସ୍ୟଙ୍କୁ ଚୟନ କରାଯାଇଛି। କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ପ୍ରସନ୍ନ ସ୍ୱାଇଁ, ଚନ୍ଦ୍ରଶେଖର ହୋତା ଓ ନୃସିଂହ ଚରଣ ଷଡ଼ଙ୍ଗୀ ଏବଂ ଅର୍ଥ ପରାମର୍ଶଦାତା ଭାବେ ପୁଷ୍ପଲତା ରଥ, ରୀତାରାଣୀ ନାୟକ ଓ ସଞ୍ଜୟ ପଣ୍ଡାଙ୍କୁ ମନୋନୀତ କରାଯାଇଛି। ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ସାଧାରଣ ପରିଷଦ ସଦସ୍ୟଭାବେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବୈଶିଷ୍ଟ୍ୟ ଅର୍ଜନ କରିଥିବା ୮ ଜଣ ସଦସ୍ୟ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ପରିଷଦର ସଦସ୍ୟ ଚୟନ ସମ୍ପୂର୍ଣ୍ଣ ହୋଇଛି। ଗତ ଜୁଲାଇ ୭ ତାରିଖରେ ଏକାଡେମିର ସାଧାରଣ ପରିଷଦ ପୁନର୍ଗଠନ କରାଯାଇଥିବା ବେଳେ ଗତ ୨୪ ତାରିଖରୁ ଏହି ନୂତନ ସାଧାରଣ ପରିଷଦ କାର୍ଯ୍ୟକାରୀ ହୋଇଥିଲା। ତେବେ ଖାଲି ପଡ଼ିଥିବା ୩ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଓ ୩ ଅର୍ଥ କମିଟି ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ଏକାଡେମିର ସାଧାରଣ ପରିଷଦ ସମ୍ପୂର୍ଣ୍ଣ ହୋଇଛି ବୋଲି ଏକାଡେମିର ସଚିବ ସୁଚିସ୍ମିତା ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର