ଦୁଇ ଥର ବଗି ଛାଡ଼ି ପଳାଇଲା ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌

ଭୁବେନେଶ୍ୱର: ଆଜି ସକାଳେ ଦିଲ୍ଲୀର ଆନନ୍ଦ ବିହାରରୁ ଯାତ୍ରା ଆରମ୍ଭ କରିଥିବା ‘ଓଡ଼ିଶା ସମ୍ପର୍କ କ୍ରାନ୍ତି’ ଏକ୍ସପ୍ରେସ୍‌ ଦୁଇ ଥର ବଗି ଛାଡ଼ି ପଳାଇଥିଲା। ଥରେ ଆନନ୍ଦ ବିହାର ଛାଡ଼ିବା ପରେ ଏବଂ ଆଉଥରେ ହାଥରାସ୍‌ ଷ୍ଟେସନ୍‌ ଛାଡ଼ିବା ପରେ।

କେତୋଟି ବଗି ଛାଡ଼ି ଟ୍ରେନ୍‌ ପଳାଇଥିଲା ତାହା ହଠାତ୍‌ ଜଣା ପଡ଼ି ନାହିଁ। ଏ କଥା ଜଣାପଡ଼ିବା ପରେ ଟ୍ରେନ୍‌ ପଛକୁ ଫେରିଥିଲା ଓ ରହିଯାଇଥିବା ବଗିକୁ ପୁନଃସଂଯୋଗ କରାଯାଇଥିଲା।
ଟ୍ରେନ୍‌ଟିକୁ ଭଲରୂପେ ଯାଞ୍ଚ କରାଯାଇଛି। ଆଉ ଥରେ ଏହାକୁ ୫୦ କିଲୋମିଟର ଦୂରବର୍ତ୍ତୀ ତୁଣ୍ଡ୍‌ଲା ଷ୍ଟେସନ୍‌ଠାରେ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ।

ଏହି ଟ୍ରେନ୍‌ରେ ଆସୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ପୂର୍ବତଟ ରେଳ ପଥ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର