ଭୁବନେଶ୍ବର: ଖୁବ ଶୀଘ୍ର ଓଡ଼ିଶା ସଚିବାଳୟ ପାଇଁ ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା। ୨୦୨୧ବର୍ଷ ପାଇଁ ଓଡ଼ିଶା ସଚିବାଳୟର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ (ଏଏସଓ)ଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) କୁ ଚିଠି ଲେଖିଛନ୍ତି। ଏଏସଓ ନିଯୁକ୍ତି ନେଇ ଅକ୍ଟୋବର ୨୧ରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଆୟୋଗର କାର୍ଯ୍ୟସୂଚୀ ଅନୁଯାୟୀ ଏଏସଓ ନିଯୁକ୍ତି ପ୍ରକ୍ରିୟା କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଡ. ଏନ ପୃଷ୍ଟି ଏଥିପାଇଁ ଓପିଏସସି ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ଏଏସଓ ନିଯୁକ୍ତି ନେଇ ଅକ୍ଟୋବର ୨୧ରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ପରେ ଆୟୋଗର କାର୍ଯ୍ୟସୂଚୀ ଅନୁଯାୟୀ ଏଏସଓ ନିଯୁକ୍ତି ପ୍ରକ୍ରିୟା କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ବିଭିନ୍ନ ବିଭାଗରେ ଖାଲିଥିବା ବହୁ ସଂଖ୍ୟକ ଏଏସଓ ପଦବୀ ପୂରଣ ପାଇଁ ନିଯୁକ୍ତି ପରୀକ୍ଷା କରିବା ନେଇ ପଦକ୍ଷେପ ନେବାକୁ ଓପିଏସସିକୁ ଚିଠି ଲେଖି କହିଛନ୍ତି ଅତିରିକ୍ତ ସଚିବ ଡ. ଏନ ପୃଷ୍ଟି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/t-241.jpg)