ଭୁବନେଶ୍ବର : ରାଜ୍ୟରେ ସେମିକଣ୍ଡକ୍ଟର ବା ଇଲେକ୍ଟ୍ରୋନିକ୍ସ ଚିପ୍ ଉତ୍ପାଦନରେ ନିବେଶକମାନଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର ଓଡ଼ିଶା କେମିକଣ୍ଡକ୍ଟର ଉତ୍ପାଦନ ଓ ଫାବ୍ଲେସ୍ ନୀତି ପ୍ରବର୍ତ୍ତନ କରିବା ଉପରେ ବିଚାର କରୁଛନ୍ତି। ଏହି ନୀତି ଆଧାରରେ ସାତ ବର୍ଷ ଭିତରେ ଅନ୍ତତଃ ଗୋଟିଏ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ଏବଂ ପ୍ରାୟ ୧୦୦ ଫାବ୍ଳେସ୍ ଡିଜାଇନ୍ କଂପାନି ପ୍ରତିଷ୍ଠା ସହିତ ପ୍ରାୟ ୫୦୦୦ ପ୍ରତ୍ୟକ୍ଷ ଓ ୨୦,୦୦୦ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ଳକ୍ଷ୍ୟ ରଖଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଡିଜାଇନ୍ ଓ ଉତ୍ପାଦନ (ଇଏସ୍ଡିଏମ୍) କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ସେମିକଣ୍ଡକ୍ଟର କ୍ଷେତ୍ରକୁ ପୁଞ୍ଜିନିବେଶ ଆଣିବା ଲାଗି ରାଜ୍ୟ ସରକାର ଯାତ୍ରା ଆରମ୍ଭ କରିଛନ୍ତି। ପ୍ରସ୍ତାବିତ ସେମିକଣ୍ଡକ୍ଟର ଉତ୍ପାଦନ ନୀତିରେ ଓଡ଼ିଶାରେ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା ବିକାଶ କରିବା ଯୋଜନା ରହିଛି। ଏହା ଜାତୀୟ ସେମିକଣ୍ଡକ୍ଟର ବ୍ୟବସ୍ଥା ବିକାଶରେ ସହଯୋଗ କରିବା ସହିତ ଓଡ଼ିଶାକୁ ଏକ ଅଗ୍ରଣୀ ସ୍ଥାନରେ ପରିଣତ କରିବ।