ଅଧିକ କରୋନା ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ

ଭୁବନେଶ୍ବର: ରାଜ୍ୟରେ ଦେଖାଦେଇପାରେ କରୋନା ଟିକାର ଅଭାବ। ମହଜୁଦ ଅଛି ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା । ଗଚ୍ଛିତ ଟିକା ୨ ଦିନ ଯିବା ନେଇ ଆଶଙ୍କା ପ୍ରକାଶ। ଅଧିକ ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ। ରାଜ୍ୟରେ ୧ କୋଟି ୧୬ ଲକ୍ଷ ଲୋକଙ୍କ ଟିକାକରଣ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ୩୩ ଲକ୍ଷ ୪ ହଜାର ୭୩୨ ଜଣଙ୍କୁ ଟିକା ଦିଆଯାଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ତେବେ ରାଜ୍ୟରେ କରୋନା ବଢ଼ି ଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଟିକାକରଣରେ ରେକର୍ଡ କରୁଛି । ତେଣୁ ଅଧିକ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଜଣାଇଛନ୍ତି ରାଜ୍ୟ ସରକାର। ତେବେ ଆଜି ରାଜ୍ୟରେ କରୋନା ସଂକ୍ରମଣ ୫ ଶହ ଟପିଛି । ଗତ ୨୪ ଘଣ୍ଟା ଭିତରେ ୫୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୩୩୭ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୩୬ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଣ୍ଟା ଭିତରେ ୩୦୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। କରୋନାରୁ କବଳରୁ ରକ୍ଷା ପାଇବାକୁ ସାରା ଦେଶରେ ଟିକାକରଣକୁ ଫୋକସ ଦିଆଯାଉଥିବା ବେଳେ ରାଜ୍ୟରେ ଟିକାର ଅଭାବତାକୁ ନେଇ ଆଶଙ୍କା ଦେଖାଦେଇଛି ।

ସମ୍ବନ୍ଧିତ ଖବର