ଏମ୍‌ସିଏଲ୍‌କୁ ୮୨୯୭ କୋଟି ଜରିମାନା

ରାଉରକେଲା : ପରିବେଶ ଆଇନ ଉଲ୍ଲଂଘନ କରି ଓଡ଼ିଶାର ବିଭିନ୍ନ ଖଣିରୁ କୋଇଲା ଉତ୍ତୋଳନ କରିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୋଲ୍‌ ଇଣ୍ଡିଆ ଲିଃ (ସିଆଇଏଲ୍‌)ର ସହଯୋଗୀ ସଂସ୍ଥା ମହାନଦୀ କୋଲ୍‌ ଫିଲ୍ଡସ୍‌ (ଏମ୍‌ସିଏଲ୍‌)କୁ ରାଜ୍ୟ ସରକାର ୮,୨୯୭ କୋଟି ଟଙ୍କାର ଜରିମାନା ନୋଟିସ୍‌ ଦେଇଛନ୍ତି। ସେହିପରି ଜଙ୍ଗଲ ଓ ପରିବେଶ ଆଇନ ଉଲ୍ଲଂଘନ କରି କ୍ରୋମାଇଟ୍‌ ଉତ୍ତୋଳନ କରିଥିବା ଅଭିଯୋଗରେ ରାଜ୍ୟ ସରକାରଙ୍କ ଓଡ଼ିଶା ଖଣି ନିଗମ (ଓଏମ୍‌ସି)କୁ ୧୬୬୦ କୋଟି, ଶିଳ୍ପ ଉନ୍ନୟନ ନିଗମ ଲିଃ (ଇଡ୍‌କଲ୍‌)କୁ ୩୩୭ କୋଟି, ଟାଟା ଷ୍ଟିଲ୍‌କୁ ୧୫୭୫ କୋଟି, ଜିନ୍ଦଲ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌କୁ ୧୨୬ କୋଟି, ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍‌ (ଇମ୍ଫା)କୁ ୧୪୦ କୋଟି, ବାଲେଶ୍ୱର ଆଲଏଜ୍‌କୁ ୩୦୦ କୋଟି, ଫେରୋ ଆଲଏଜ୍‌ କର୍ପୋରେସନ୍‌ (ଫ୍ୟାକର୍‌)କୁ ୨୦୧ କୋଟି, ମିଶ୍ରିଲାଲ୍‌ କମ୍ପାନିକୁ ୪୨ କୋଟି, ବିସି ମହାନ୍ତି କମ୍ପାନିକୁ ୧୨୨ କୋଟି ଟଙ୍କା ଜରିମାନା ପାଇଁ ସରକାର ଦାବି ନୋଟିସ୍‌ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର