ଷ୍ଟାର୍ଟଅପ୍ ପରିବେଶକୁ ଅଧିକ ସକ୍ରିୟ କରିବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ
ଅଧିକ ୪ଟି ଇନକ୍ୟୁବେଟର୍ ଓ ୫ଟି ଷ୍ଟାର୍ଟଅପ୍କୁ ଆର୍ଥିକ ସହାୟତା
ସିଟିଆର୍ଟିସି,ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ନୋଡାଲ୍ ଏଜେନ୍ସି ସ୍ବୀକୃତି
ଭୁବନେଶ୍ୱର : ଜାତୀୟସ୍ତରରେ ଓଡ଼ିଶା ଷ୍ଟାର୍ଟଅପ୍ ଲିଡର ସ୍ବୀକୃତି ହାସଲ କରିଛି। ୨୦୧୯ ମସିହା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଇଥିବା ଷ୍ଟାର୍ଟଅପ୍ ରୢାଙ୍କିଂରେ ରାଜ୍ୟ ଏହି ସଫଳତା ପାଇଛି। ଇତିମଧ୍ୟରେ ରାଜ୍ୟରେ ଷ୍ଟାର୍ଟଅପ୍ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି ଏବଂ ଏଥିରେ ୬୦୦୦ରୁ ଅଧିକ ଯୁବକଯୁବତୀଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ମୁଖ୍ୟ ଶାସନ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଷ୍ଟାର୍ଟଅପ୍ ପରିଷଦର ବୈଠକରୁ ଏହା ଜଣାଯାଇଛି।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ରାଜ୍ୟରେ ଷ୍ଟାର୍ଟଅପ୍ ସମ୍ବନ୍ଧିତ ବିଷୟ ଉପରେ ଆଲୋଚନା ନିମନ୍ତେ ତଥ୍ୟ ଉପସ୍ଥାପନ କରିଥିଲେ। ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଷ୍ଟାର୍ଟଅପ୍ ପରିବେଶକୁ ଅଧିକ କ୍ରିୟାଶୀଳ ଓ ଫଳପ୍ରସୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇନ୍କ୍ୟୁବେଟର ଓ ଷ୍ଟାର୍ଟଅପ୍ ମାନଙ୍କ ମଧ୍ୟରେ ଲଗାତାର ଯୋଗାଯୋଗ ଓ ସକ୍ରିୟ ସଂପର୍କ ଉପରେ ଶ୍ରୀ ତ୍ରିପାଠୀ ଗୁରୁତ୍ବାରୋପ କରିଥିଲେ।
ବର୍ତ୍ତମାନ ଇଡ୍କୋର ନିର୍ମାଣାଧୀନ ଜିରୋ ହବ୍କୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏକ ଉନ୍ନତ ଷ୍ଟାର୍ଟଅପ୍ ହବ୍ ଭାବେ ବିକଶିତ କରି ଏଥିରେ ପରୀକ୍ଷଣ ଓ ଉତ୍ପାଦ ବିକାଶ ନିମନ୍ତେ ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ବୌଦ୍ଧିକ ସଂପତ୍ତି ପଂଜୀକରଣ ଉପରେ ଗୁରୁତ୍ବାରୋପ କରି ଏଥିନିମନ୍ତେ ସହାୟକ ନିୟାମକ ପ୍ରସ୍ତୁତ କରିବାକୁ ମୁଖ୍ୟ ସଚିବ ସଂପୃକ୍ତ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଓଡ଼ିଶା ରାଜ୍ୟ କୌଶଳ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଓ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କଳାହାଣ୍ଡିଠାରେ କାର୍ଯ୍ୟରତ ଅମ୍ବିକା ଓ ସଦାନନ୍ଦ ଶତପଥୀ ନାମକ ଷ୍ଟାର୍ଟଅପ୍ ଦମ୍ପତିଙ୍କ ସହ ଡିଜିଟାଲ ମୋଡ୍ରେ ଆଲୋଚନା କରିଥିଲେ।
ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ଏହି ଅବସରରେ ଜଣାଇଥିଲେ ଯେ ୨୦୧୭ ଜୁନ ମାସରେ ରାଜ୍ୟର ପ୍ରଥମ ଷ୍ଟାର୍ଟଅପ୍କୁ ସ୍ବୀକୃତି ମିଳିଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଷ୍ଟାର୍ଟଅପ୍ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି, ଯେଉଁମାନଙ୍କ ମଧ୍ୟରେ ୨୫୦ ଜଣ ମହିଳା ଅଛନ୍ତି। ଇତି ମଧ୍ୟରେ ରାଜ୍ୟରେ ୧୭ଟି ଇନ୍କ୍ୟୁବେଟର, ୧୭ଟି ଅଣକ୍ଷୁଦ୍ର ଶିଳ୍ପ ଇନକ୍ୟୁବେଟର ଏବଂ ୧୩ଟି ନୋଡାଲ ସଂସ୍ଥା କାର୍ଯ୍ୟ କରୁଛନ୍ତି। ୧୯୬ଟି ଷ୍ଟାର୍ଟଅପକୁ ପ୍ରାୟ ୧୫ କୋଟିରୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।
ଅଧିକ ୫ଟି ଷ୍ଟାର୍ଟଅପ୍ ଉଦ୍ୟୋଗ ଓ ୪ଟି ଇନ୍କ୍ୟୁବେଟର୍କୁ ଆର୍ଥିକ ସହାୟତା ପାଇଁ ଆସିଥିବା ପ୍ରସ୍ତାବ ଗୁଡ଼ିକର ବିଚାର କରାଯାଇ ସେଗୁଡ଼ିକୁ ସହାୟତା ନିମନ୍ତେ ବୈଠକରେ ନୀତିଗତ ନିଷ୍ପତ୍ତି ହୋଇଥିଲା। ଏହି ସଂସ୍ଥା ଗୁଡ଼ିକ ସମୁଦାୟ ୨.୮୮ କୋଟି ଟଙ୍କାର ବିଭିନ୍ନ ପ୍ରକାର ସହାୟତା ପାଇବେ। ଭୁବନେଶ୍ବରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର (ସିଟିଆରଟିସି) ଏବଂ ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଷ୍ଟାର୍ଟଅପ୍ ପାଇଁ ନୋଡାଲ ସଂସ୍ଥା ଭାବେ ତାଲିକାଭୁକ୍ତ କରିବା ଲାଗି ମୁଖ୍ୟ ସଚିବ ଅନୁମୋଦନ ଦେଇଥିଲେ।
ପରିଷଦର ବୈଠକରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ବିଜ୍ଞାନ ଓ ବୈଷୟିକ ଜ୍ଞାନ ପ୍ରମୁଖ ଶାସନ ସଚିବ ସନ୍ତୋଷ ଷଡ଼ଙ୍ଗୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ତଥା ଇଡ୍କୋ ଅଧ୍ୟକ୍ଷ ସଂଜୟ ସିଂ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ସମେତ ଏସଟିପିଆଇ ଓ ଟାଏ ଭୁବନେଶ୍ବରର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଷ୍ଟାର୍ଟଅପ୍ ପରିଷଦର ଏଭାନ୍ଜେଲିଷ୍ଟ୍ ପ୍ରଶାନ୍ତ ବିଶ୍ବାଳ ଷ୍ଟାର୍ଟଅପ୍ ମାନଙ୍କ ବୈଠକରେ ସଂଯୋଜନା କରିଥିଲେ।ଭୁବନେଶ୍ବର, ୧୫/୧୧ (ଇମିସ): ଜାତୀୟସ୍ତରରେ ଓଡ଼ିଶା ଷ୍ଟାର୍ଟଅପ୍ ଲିଡର ସ୍ବୀକୃତି ହାସଲ କରିଛି। ୨୦୧୯ ମସିହା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଇଥିବା ଷ୍ଟାର୍ଟଅପ୍ ରୢାଙ୍କିଂରେ ରାଜ୍ୟ ଏହି ସଫଳତା ପାଇଛି। ଇତିମଧ୍ୟରେ ରାଜ୍ୟରେ ଷ୍ଟାର୍ଟଅପ୍ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି ଏବଂ ଏଥିରେ ୬୦୦୦ରୁ ଅଧିକ ଯୁବକଯୁବତୀଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ମୁଖ୍ୟ ଶାସନ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଷ୍ଟାର୍ଟଅପ୍ ପରିଷଦର ବୈଠକରୁ ଏହା ଜଣାଯାଇଛି।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ରାଜ୍ୟରେ ଷ୍ଟାର୍ଟଅପ୍ ସମ୍ବନ୍ଧିତ ବିଷୟ ଉପରେ ଆଲୋଚନା ନିମନ୍ତେ ତଥ୍ୟ ଉପସ୍ଥାପନ କରିଥିଲେ। ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଷ୍ଟାର୍ଟଅପ୍ ପରିବେଶକୁ ଅଧିକ କ୍ରିୟାଶୀଳ ଓ ଫଳପ୍ରସୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇନ୍କ୍ୟୁବେଟର ଓ ଷ୍ଟାର୍ଟଅପ୍ ମାନଙ୍କ ମଧ୍ୟରେ ଲଗାତାର ଯୋଗାଯୋଗ ଓ ସକ୍ରିୟ ସଂପର୍କ ଉପରେ ଶ୍ରୀ ତ୍ରିପାଠୀ ଗୁରୁତ୍ବାରୋପ କରିଥିଲେ।
ବର୍ତ୍ତମାନ ଇଡ୍କୋର ନିର୍ମାଣାଧୀନ ଜିରୋ ହବ୍କୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏକ ଉନ୍ନତ ଷ୍ଟାର୍ଟଅପ୍ ହବ୍ ଭାବେ ବିକଶିତ କରି ଏଥିରେ ପରୀକ୍ଷଣ ଓ ଉତ୍ପାଦ ବିକାଶ ନିମନ୍ତେ ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ବୌଦ୍ଧିକ ସଂପତ୍ତି ପଂଜୀକରଣ ଉପରେ ଗୁରୁତ୍ବାରୋପ କରି ଏଥିନିମନ୍ତେ ସହାୟକ ନିୟାମକ ପ୍ରସ୍ତୁତ କରିବାକୁ ମୁଖ୍ୟ ସଚିବ ସଂପୃକ୍ତ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଓଡ଼ିଶା ରାଜ୍ୟ କୌଶଳ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଓ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କଳାହାଣ୍ଡିଠାରେ କାର୍ଯ୍ୟରତ ଅମ୍ବିକା ଓ ସଦାନନ୍ଦ ଶତପଥୀ ନାମକ ଷ୍ଟାର୍ଟଅପ୍ ଦମ୍ପତିଙ୍କ ସହ ଡିଜିଟାଲ ମୋଡ୍ରେ ଆଲୋଚନା କରିଥିଲେ।
ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ଏହି ଅବସରରେ ଜଣାଇଥିଲେ ଯେ ୨୦୧୭ ଜୁନ ମାସରେ ରାଜ୍ୟର ପ୍ରଥମ ଷ୍ଟାର୍ଟଅପ୍କୁ ସ୍ବୀକୃତି ମିଳିଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଷ୍ଟାର୍ଟଅପ୍ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି, ଯେଉଁମାନଙ୍କ ମଧ୍ୟରେ ୨୫୦ ଜଣ ମହିଳା ଅଛନ୍ତି। ଇତି ମଧ୍ୟରେ ରାଜ୍ୟରେ ୧୭ଟି ଇନ୍କ୍ୟୁବେଟର, ୧୭ଟି ଅଣକ୍ଷୁଦ୍ର ଶିଳ୍ପ ଇନକ୍ୟୁବେଟର ଏବଂ ୧୩ଟି ନୋଡାଲ ସଂସ୍ଥା କାର୍ଯ୍ୟ କରୁଛନ୍ତି। ୧୯୬ଟି ଷ୍ଟାର୍ଟଅପକୁ ପ୍ରାୟ ୧୫ କୋଟିରୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।
ଅଧିକ ୫ଟି ଷ୍ଟାର୍ଟଅପ୍ ଉଦ୍ୟୋଗ ଓ ୪ଟି ଇନ୍କ୍ୟୁବେଟର୍କୁ ଆର୍ଥିକ ସହାୟତା ପାଇଁ ଆସିଥିବା ପ୍ରସ୍ତାବ ଗୁଡ଼ିକର ବିଚାର କରାଯାଇ ସେଗୁଡ଼ିକୁ ସହାୟତା ନିମନ୍ତେ ବୈଠକରେ ନୀତିଗତ ନିଷ୍ପତ୍ତି ହୋଇଥିଲା। ଏହି ସଂସ୍ଥା ଗୁଡ଼ିକ ସମୁଦାୟ ୨.୮୮ କୋଟି ଟଙ୍କାର ବିଭିନ୍ନ ପ୍ରକାର ସହାୟତା ପାଇବେ। ଭୁବନେଶ୍ବରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର (ସିଟିଆରଟିସି) ଏବଂ ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଷ୍ଟାର୍ଟଅପ୍ ପାଇଁ ନୋଡାଲ ସଂସ୍ଥା ଭାବେ ତାଲିକାଭୁକ୍ତ କରିବା ଲାଗି ମୁଖ୍ୟ ସଚିବ ଅନୁମୋଦନ ଦେଇଥିଲେ।
ପରିଷଦର ବୈଠକରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ବିଜ୍ଞାନ ଓ ବୈଷୟିକ ଜ୍ଞାନ ପ୍ରମୁଖ ଶାସନ ସଚିବ ସନ୍ତୋଷ ଷଡ଼ଙ୍ଗୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ତଥା ଇଡ୍କୋ ଅଧ୍ୟକ୍ଷ ସଂଜୟ ସିଂ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ସମେତ ଏସଟିପିଆଇ ଓ ଟାଏ ଭୁବନେଶ୍ବରର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଷ୍ଟାର୍ଟଅପ୍ ପରିଷଦର ଏଭାନ୍ଜେଲିଷ୍ଟ୍ ପ୍ରଶାନ୍ତ ବିଶ୍ବାଳ ଷ୍ଟାର୍ଟଅପ୍ ମାନଙ୍କ ବୈଠକରେ ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Asit-Tripathy-2-1-1024x667-750x430.jpg)