ଆଇନଜୀବୀଙ୍କ ୫ ଦଫା ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

କଟକ : ରାଜ୍ୟର ୬୦ ହଜାର ଆଇନଜୀବୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୫ ଦଫା ଦାବି ପୂରଣ ପାଇଁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଡକ୍ଟର ଟହଲି ଚରଣ ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଦାବିଗୁଡିକ ପୂରଣ କରିବାକୁ ପଦକ୍ଷେପ ନେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି।

ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି ଆଇନ ୧୯୮୭ରେ ଆବଶ୍ୟକ ସଂଶୋଧନ କରି ଆଇନଜୀବୀଙ୍କ ମୃତ୍ୟୁ କିମ୍ବା ଅବସର ପରେ ସର୍ବୋଚ୍ଚ ୯ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ବ୍ୟବସ୍ଥା, ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପେନସନ ଫଣ୍ଡକୁ ୫ କୋଟି ଟଙ୍କାର ଅନୁଦାନ, ଆଇନଜୀବୀ କଲ୍ୟାଣ ପାଣ୍ଠି ଟ୍ରଷ୍ଟକୁ ୨ କୋଟି ଟଙ୍କାର ଅତିରିକ୍ତ ଅନୁଦାନ, ଆଡଭୋକେଟ ଏକାଡେମି ପ୍ରତିଷ୍ଠା ପାଇଁ ରାଜ୍ୟ ଆଇନଜୀବୀ ପରିଷଦକୁ କଟକ ସିଡିଏ ସେକ୍ଟର-୧ରେ ୨ ଏକର ଜମି ପ୍ରଦା‌ନ, ନୂଆ କରି ଆଇନଜୀବୀ ପେଷାକୁ ଆସିଥିବା ଯୁବପୀଢୀଙ୍କୁ ପ୍ରଥମ ପାଞ୍ଚ ବର୍ଷ ମାସିକ ୧୦ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ ପାଇଁ ଦାବି କରାଯାଇଛି। ଡାକ୍ତର, ଇଂଜିନିୟର, ଅଧ୍ୟାପକ, ଶିକ୍ଷକ, ସାମ୍ବାଦିକଙ୍କ ପାଇଁ ସରକାର ବହୁ କିଛି କରିଥିବା ବେଳେ ଆଇନଜୀବୀଙ୍କ ଗୋଟିଏ ବି ଦାବି ପୂରଣ ହୋଇ ନାହିଁ। ଅନ୍ୟପକ୍ଷରେ ଆଇନଜୀବୀଙ୍କ ମଙ୍ଗଳ ପାଇଁ ତେଲେଙ୍ଗାନା ସରକାର ଶହେ କୋଟି ଟଙ୍କା ଓ ଦିଲ୍ଲୀ ସରକାର ୫୦ କୋଟି ଟଙ୍କା ପ୍ରଦାନ କରି ସାରିଲେଣି। ଏପରି ପରିସ୍ଥିତିରେ ରାଜ୍ୟରେ ଆଇନଜୀବୀଙ୍କ ଏହି ସବୁ ଦାବି ପୂରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଅଧ୍ୟକ୍ଷ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର