ଭୁବନେଶ୍ବର: ଓଡ଼ିଶାର ବିକାଶ ଧାରାକୁ ଆହୁରି ବେଗବାନ କରିବା ପାଇଁ ରାଜ୍ୟ ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି । ଏହି ବଜେଟରେ ସାଧାରଣ ଜନତାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ସହ ଓଡ଼ିଶାକୁ ଏକ ଆଧୁନିକ ଓ ସାଂସ୍କୃତିକ ହବ୍ ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖାଯାଇଛି ।

Advertisment

ସରକାରଙ୍କ ୧୬ଟି ପ୍ରମୁଖ ନୂତନ ଯୋଜନା

ଭିଭି ଜି ରାମ ଜୀ: ଏହି ବଡ଼ ପ୍ରକଳ୍ପ ପାଇଁ ୫,୫୭୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । 

ବିଛିନ୍ନ ଅଞ୍ଚଳକୁ ଯୋଗାଯୋଗ: ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ୧,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ସମୃଦ୍ଧ ଅଙ୍ଗନବାଡି ଯୋଜନା: ଶିଶୁ ଓ ମହିଳା କଲ୍ୟାଣ ପାଇଁ ୬୩୫ କୋଟି ଟଙ୍କା ଧାର୍ଯ୍ୟ ହୋଇଛି । 

କୃଷି ଓ ଷ୍ଟୋରେଜ୍: ଶସ୍ୟ ସଂରକ୍ଷଣ ପାଇଁ ୱାର୍ଲଡ ଗ୍ରେନ୍ ଷ୍ଟୋରେଜ ପ୍ଲାନ୍ (୨୪୦ କୋଟି) ଏବଂ ଚାଷୀଙ୍କ ସୁବିଧା ପାଇଁ ମଡେଲ ମଣ୍ଡି (୧୦୦ କୋଟି) ପ୍ରତିଷ୍ଠା ହେବ । 

ଆଧୁନିକ ପ୍ରଯୁକ୍ତିବିଦ୍ୟା: ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡ଼ିଶାକୁ ଆଗେଇ ନେବାକୁ ଷ୍ଟେଟ ଏ ଆଇ ମିସନ (୨୩ କୋଟି) ଏବଂ ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଫରମେଟିଭ ଇନିସି୍ଏଟିଭ ଆରମ୍ଭ ହେବ । 

ସଂସ୍କୃତି ଓ ପର୍ଯ୍ୟଟନ: ପୁରୀରେ ୱାର୍ଲଡ ଟୁରିଜିମ୍ ସେଣ୍ଟର ସହ ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର ପ୍ରତିଷ୍ଠା ହେବ । ସେହିପରି ଡାଲଖାଇ ପାଇଁ ୨୨୦ କୋଟି ଏବଂ ଟୁରିଜିମ ଲାଣ୍ଡ୍ ବ୍ୟାଙ୍କ ସ୍କିମ ପାଇଁ ୧୫୦ କୋଟି ଟଙ୍କା ରଖାଯାଇଛି । 

ଅନ୍ୟାନ୍ୟ: ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ସ୍ମାର୍ଟ ସିଟି ମିସନ (୧୦୦ କୋଟି), ରେଆର ଆର୍ଥ କରିଡର (୧୦ କୋଟି) ଏବଂ ଫିଟ୍ ଓଡିଶା ମିସନ (୧୦ କୋଟି) ଭଳି ଯୋଜନା ସାମିଲ ଅଛି । 

ବଜେଟର ଆର୍ଥିକ ଦିଗ

ମୋଟ ବଜେଟର ପ୍ରାୟ ୫୮% ଅର୍ଥାତ୍ ୧,୮୦,୦୦୦ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ପାଇଁ ଧାର୍ଯ୍ୟ କରାଯାଇଛି । ରାଜ୍ୟର ନିଜସ୍ୱ ଟିକସ ରାଜସ୍ୱରୁ ୭୦,୦୦୦ କୋଟି ଟଙ୍କା ଆସିବା ନେଇ ଆକଳନ କରାଯାଇଛି ।

ଏହି ବଜେଟ୍ କେବଳ ଏକ ଆର୍ଥିକ ଦଲିଲ୍ ନୁହେଁ, ବରଂ ଓଡ଼ିଶାର ସାଂସ୍କୃତିକ ଗୌରବ ଓ ଆଧୁନିକ ପ୍ରଗତିର ଏକ ସମନ୍ୱୟ । ଏହି ନୂତନ ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟର କୋଣ ଅନୁକୋଣରେ ବିକାଶର ପହଞ୍ଚିପାରିବ ।

ବଜେଟ୍ LIVE