ଭୁବନେଶ୍ୱର: ଷଷ୍ଠ ରାଜ୍ୟ ଅର୍ଥ କମିସନ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟର ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସୁଦୃଢ଼ ​​କରିବା ପାଇଁ ତାଙ୍କର ମୂଲ୍ୟବାନ ପରାମର୍ଶ ଲୋଡ଼ିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ଅର୍ଥ କମିସନଙ୍କର ୱେବସାଇଟ୍ (https://sfc.odisha.gov.in) ଉନ୍ମୋଚନ କରିଛନ୍ତି। ଏହି ୱେବସାଇଟ୍ ନିର୍ବାଚିତ ପ୍ରତିନିଧି, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ନଗର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ, ବୁଦ୍ଧିଜୀବୀ, ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ସଂଗଠନ, ସାମାଜିକ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କଠାରୁ ପରାମର୍ଶ / ମତାମତ ଆମନ୍ତ୍ରଣ କରିବା ପାଇଁ ବିକଶିତ କରାଯାଇଛି।
ଷଷ୍ଠ ରାଜ୍ୟ ଅର୍ଥ କମିଶନ୍ ର ଅଧ୍ୟକ୍ଷ ଡ଼. ଅରୁଣ କୁମାର ପଣ୍ଡା ଓ କମିଶନ'ର ଅନ୍ୟ ସଦସ୍ୟମାନେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କମିଶନ'ର ୱେବସାଇଟ ଉନ୍ମୋଚନ କରିଛନ୍ତି। pic.twitter.com/n280aaDsOK
— CMO Odisha (@CMO_Odisha) June 16, 2025
ୱେବସାଇଟରେ ଜନସାଧାରଣଙ୍କ ସୂଚନା ପାଇଁ ପୂର୍ବ ଏବଂ ବର୍ତ୍ତମାନର ରାଜ୍ୟ ଅର୍ଥ କମିସନଙ୍କର ବିବରଣୀ, ଅଧ୍ୟୟନ ରିପୋର୍ଟ, ପୂର୍ବ ରାଜ୍ୟ ଅର୍ଥ କମିସନଙ୍କର ରିପୋର୍ଟ ଇତ୍ୟାଦି ମଧ୍ୟ ରହିଛି।
ଏହି ବୈଠକରେ ଷଷ୍ଠ ରାଜ୍ୟ ଅର୍ଥ କମିସନର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା, ମୁଖ୍ୟ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ ମନୋଜ ଆହୁଜା, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଷଷ୍ଠ ରାଜ୍ୟ ଅର୍ଥ କମିସନର ସଦସ୍ୟ ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପ୍ରଫେସର ଆମେରେଶ ସାମନ୍ତରାୟ ଏବଂ ଡକ୍ଟର ବିଭୁ ପ୍ରସାଦ ନାୟକ, କମିଶନର ସଦସ୍ୟ ସଚିବ ଡକ୍ଟର ସତ୍ୟ ପ୍ରିୟଙ୍କା ରଥ ଉପସ୍ଥିତ ଥିଲେ।
ଏହା ଉଲ୍ଲେଖନୀୟ, ରାଜ୍ୟପାଳ, ଭାରତୀୟ ସମ୍ବିଧାନର ଧାରା ୨୪୩-ଆଇ ଏବଂ ଧାରା ୨୪୩-ୱାଇ ଅନୁଯାୟୀ, ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିଛନ୍ତି, ଯାହା ରାଜ୍ୟ ସରକାରଙ୍କଠାରୁ ସ୍ଥାନୀୟ ସଂସ୍ଥା (ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ନଗର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ)କୁ ସମ୍ବଳ ହସ୍ତାନ୍ତର ପାଇଁ ୧ ଏପ୍ରିଲ, ୨୦୨୬ ରୁ ୫ ବର୍ଷ ପାଇଁ ସୁପାରିଶ କରିବେ।
CM Mohan Charan Majhi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/06/16/7TckiURtIpZoKz6Xy5O2.jpg)