ରାଜ୍ୟ ସଂଗ୍ରହାଳୟ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ

ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ଛାତ୍ରବାସକୁ ମଧ୍ୟ କିଛି ଦିନ ପାଇଁ ବନ୍ଦ

ଭୁବନେଶ୍ୱର: ଓଡ଼ିଶାରେ ହୋଇଥିବା ବାତ୍ୟା ‘ଫନି’ ରାଜ୍ୟ ସଂଗ୍ରହାଳୟର ସୌନ୍ଦର୍ଯ୍ୟକୁ ବିଶେଷ ଭାବେ ପ୍ରଭାବ ପକାଇଥିବା ହେତୁ ଏହାର ମରାମତି ସକାଶେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସଂଗ୍ରହାଳୟ ବନ୍ଦ ରହିବ ବୋଲି ଘୋଷଣା ହୋଇଛି। ସଂଗ୍ରାହାଳୟର ସ୍ଥିତି ସ୍ୱାଭାବିକ ହେବା ପରେ ଜନସାଧାରଣଙ୍କ ସକାଶେ ୧୬ ତାରିଖରୁ ଏହାକୁ ଖୋଲିବାର ନିଷ୍ପତ୍ତି ନିଆଯାଇଛି।

‘ଫନି’ ପ୍ରଭାବରେ ଅନେକ ବୃହତ୍‌ ଗଛ ଭାଙ୍ଗିବା ସହ ଝରକା ଭାଙ୍ଗିରୁଜି ଚୁରମାର ହୋଇଛି। ସଂଗ୍ରହାଳୟର ଗ୍ୟାଲେରିଗୁଡ଼ିକ ବି ବାତ୍ୟା ପ୍ରଭାବରୁ କ୍ଷତିଗ୍ରସ୍ତ ହୋଇଛି। ସଂଗ୍ରାହଳୟରେ ଏପଯାବତ୍‌ ବିଜୁଳି ଆସି ପାରିନଥିବା ହେତୁ ସଂଗ୍ରହାଳୟ ପରିବେଶ ପର୍ଯ୍ୟଟକଙ୍କ ପାଇଁ ଅନୁକୂଳ ହୋଇ ନଥିବା କାରଣରୁ ତାହାକୁ କିଛି ଦିନ ପାଇଁ ବନ୍ଦଚ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟରେ ମଧ୍ୟ ଅନୁରୂପ ପରିସ୍ଥିିିତି। ମଦନପୁରସ୍ଥିିତ ଏହି ଅନୁଷ୍ଠାନରେ ପ୍ରାଚୀର, ଝରକା ଓ ଛାତ୍ରବାସର ଝରକା ଭାଙ୍ଗିଯାଇଛି। ଏଥିପାଇଁ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ଛାତ୍ରବାସକୁ ମଧ୍ୟ କିଛି ଦିନ ପାଇଁ ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର