ଓଡ଼ିଶାର ୫ ଜିଲ୍ଲା ଓ ୮ ସହରରେ ତାଲା ବନ୍ଦ ଆଜିଠାରୁ ଲାଗୁ ହେଲା

ତାଲାବନ୍ଦ : ଆଜିଠାରୁ ଓଡ଼ିଶାର ୫ ଜିଲ୍ଲା ଓ ୮ ସହରରେ ତାଲା ବନ୍ଦ ଜାରି ରହିଛି ।ଆଜି ସକାଳ ୭ ଟାରୁ ୨୯ ମାର୍ଚ୍ଚ ରାତି ୯ ଟା ଯାଏଁ ତାଲାବନ୍ଦ ଲାଗୁ ରହିବ । ଆଜିଠାରୁ ଖୋର୍ଦ୍ଧା , ଗଞ୍ଜାମ , କଟକ , କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାରେ ତାଲାବନ୍ଦ କରାଯାଇଛି । ଠିକ୍ ସେହିପରି ୮ ଟି ସହରରେ ବି ତାଲାବନ୍ଦ ଲାଗୁ ହୋଇଛି। ଆଜି ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର , ରାଉରକେଲା, ଭଦ୍ରକ , ପୁରୀ , ଯାଜପୁରରୋଡ଼ ଓ ଯାଜପୁର ଟାଉନରେ ତାଲାବନ୍ଦ ଲାଗୁ ହୋଇଥିବା ଜଣାଯାଇଛି। । ଅତି ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ନିୟମ ଖିଲାପ କଲେ ହେବ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦିଆଯାଇଛି।
ଏହି ସମୟରେ ହସ୍ପିଟାଲ୍ , ଔଷଧ ଦୋକାନ , ସଉଦା , ପରିବା ଦୋକାନ ଖୋଲା ରହିଥିବା ଦେଖିବାକୁ ମିଳିଛି । ଖାଦ୍ୟ , ଚିକିତ୍ସା ଉପକରଣ ସେବା ଉପଲବ୍ଧ ରହିଛି। ପେଟ୍ରୋଲ୍ ପମ୍ପ , ଗ୍ୟାସ୍ ଏଜେନ୍ସି ଓ ଗୋଦାମ ଖୋଲା ରହିଛି । ମାଛ , ମାଂସ , ଅଣ୍ଡା , ଚିକେନ ଦୋକାନ ଖୋଲାଆଦି ଖୋଲା ରହିଛି । ବ୍ୟାଙ୍କ , ଏଟିଏମ୍ ଓ ପେଟ୍ରୋଲ୍ ପମ୍ପ ଖୋଲା ରହିବ । ଥାନା , ସ୍ୱାସ୍ଥ୍ୟସେବା , ପୌର ସଂସ୍ଥା , ଅଗ୍ନିଶମ ବିଭାଗ ଖୋଲା ରହିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର