ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନବ ନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି। ସୂଚନା ଅନୁସାରେ ଆସନ୍ତାକାଲି ନବନିର୍ମାଣ କୃଷକ, ଛାତ୍ର ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି। ସୂଚନା ଥାଉ କି ଅପରାଧୀଙ୍କୁ ଧରିବାରେ ପୁଲିସର ବିଫଳତା ଓ ଆନ୍ଦୋଳନରତ ତାଙ୍କ ମା’ଙ୍କ ଉପରେ ପୁଲିସ୍ର ବର୍ବରତା ପ୍ରତିବାଦରେ ଓଡ଼ିଶା ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ପୂର୍ବରୁ କଂଗ୍ରେସ ମଧ୍ୟ ଘୋଷଣା କରିଥିଲା |
ଆଉ ଏନେଇ ସରକାର ପଦକ୍ଷେପ ନେଇଛନ୍ତି | ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖାଯାଇଥିବାବେଳେ ସକାଳ ୯ଟା୩୦ ସୁଦ୍ଧା ଅଫିସ ଆସିବାକୁ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି | ଦିନ ୧୦ଟା ୧୫ରେ ଲୋକସେବା ଭବନ ସମ୍ମୁଖ ଗେଟ ବନ୍ଦ ହେବାକୁ ଥିବାବେଳେ ଲୋକସେବା ଭବନକୁ ପ୍ରବେଶ ବେଳେ ଯାଞ୍ଚ କଡାକଡି ହେବ | ସେହିପରି ଲୋକସେବା ଭବନକୁ ଭିଜିଟର୍ସଙ୍କୁ ଅନୁମତି ମିଳିବ ନାହିଁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/62a729a2-71fc-4cf4-bc33-fd27bd55acc8-1.jpg)