ରସଗୋଲାର ଜିଆଇ ମାନ୍ୟତା ଲାଗି ‘ଓଏସ୍‌ଆଇସି’ ପକ୍ଷରୁ ଆବେଦନ ହୋଇଛି: ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ଭୁବନେଶ୍ୱର: ‘ଓଡ଼ିଶାର ରସଗୋଲା’କୁ ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌(ଜିଆଇ) ମାନ୍ୟତା ଦାବି ନେଇ ଓଡ଼ିଶା ସରକାର ଆବଶ୍ୟକ ଦସ୍ତାବିଜ୍‌ ଦାଖଲ କରିଛନ୍ତି ବୋଲି ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଶୁକ୍ରବାର କହିଛନ୍ତି। ବିଧାନସଭାର ଏକ ପ୍ରଶ୍ନୋତ୍ତର କାଳରେ ମନ୍ତ୍ରୀ ସାମଲ କହିଛନ୍ତି, ‘ଓଡ଼ିଶାର ରସଗୋଲା’କୁ ଜିଆଇ ମାନ୍ୟତା ଦାବିରେ ଚେନ୍ନାଇସ୍ଥିତ ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବଶ୍ୟକ ୧୪ ଦଫା ଦସ୍ତାବିଜ୍‌ ଦାଖଲ କରାଯାଇଛି।

ମନ୍ତ୍ରୀ ଶ୍ରୀ ସାମଲ କହିଛନ୍ତି, ସମସ୍ତ ଆବଶ୍ୟକ ଦସ୍ତାବିଜ ଗତ ଅଗଷ୍ଟ ୧୭ରେ ଦାଖଲ କରାଯାଇଛି। ସୂଚନାଯୋଗ୍ୟ ଗତ ଜୁନ ୧୪ରେ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୪ଟି ପ୍ରଶ୍ନ ସହିତ ଆବଶ୍ୟକ ପ୍ରମାଣପତ୍ର କାର୍ଯ୍ୟାଳୟରେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଥିଲା। ଚିଠିରେ ‘ରସଗୋଲା’ ହେଉଛି ଓଡ଼ିଶାର ଏହାର ପ୍ରମାଣ ଦର୍ଶାଇବାକୁ କୁହାଯାଇଥିଲା।

ପୂର୍ବରୁ ରାଜ୍ୟ ସରକାରଙ୍କ ଓଡ଼ିଶା କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ (ଓଏସ୍‌ଆଇସି) ‘ଓଡ଼ିଶାର ରସଗୋଲା’ ଜିଆଇ ଟ୍ୟାଗ୍‌ ପାଇଁ ଫେବ୍ରୁଆରିରେ ଆବେଦନ କରିଥିଲା। ବର୍ଷ ୨୦୧୭ରେ ପଶ୍ଚିମବଙ୍ଗକୁ ‘ରସଗୋଲା’ ପାଇଁ ଜିଆଇ ଟ୍ୟାଗ୍‌ ମିଳିବା ପରେ ରାଜ୍ୟ ସରକାର ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର