ଆସନ୍ତା କାଲିଠାରୁ ତ୍ବରାନ୍ବିତ ହେବ ଟିକାକରଣ, ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ମୁତାବକ ଆସନ୍ତା କାଲିଠାରୁ ଦେଶରେ ନୂଆ ଟିକାକରଣ ନୀତି ଅନୁସାରେ ଟିକାକରଣ ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ସହିତ ଯେଉଁମାନେ ଗୋଟିଏ ଟିକା ନେଇଛନ୍ତି ସେମାନଙ୍କୁ ଠିକ ସମୟରେ ୨ୟ ଡୋଜ ଦିଆଯିବା ଉପରେ ଗୁରୁତ୍ବ ଦିଆଯାଉଛି ।

ଆସନ୍ତା କାଲି ଆରମ୍ଭ ହେବାକୁ ଥିବା ଟିକାକରଣ ପାଇଁ ଉଭୟ କେନ୍ଦ୍ର ସରକାର ପଠାଇଥିବା ଟିକା ଓ ରାଜ୍ୟ ସରକାର କିଣିଥିବା ଟିକା ବ୍ୟବହାର କରାଯିବ । ଟିକାକାରଣ ପାଇଁ ଉଭୟ ଅନଲାଇନ ଓ ଅଫଲାଇନରେ ପଂଜୀକରଣ ପାଇଁ
ଟିକାକରଣ ପାଇଁ ପୌରପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ଲେଖାଏଁ ସେସନ କରାଯିବ । ସେହିପରି ପଞ୍ଚାୟତ ସମିତି (ବ୍ଲକ) ଓ ଏନଏସିରେ ଦୈନିକ ୫ଟି ଲେଖାଏଁ ସେସନ କରାଯିବ । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ସମ୍ବନ୍ଧିତ ଖବର