ରାଜ୍ୟ ବାଳକ ଓ ବାଳିକା ଟେନିକଏଟ ଚାମ୍ପିଅନସିପ୍‌ ପାଇଁ ଓଡ଼ିଶା ଟିମ୍‌

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ଟେନିକୋଏଟ ସଂଘ ଦ୍ୱାରା ଓଲଙ୍ଗ ମିନି ଷ୍ଟାଡିୟମରେ ୩୩ତମ ରାଜ୍ୟ ବାଳକ ଓ ବାଳିକା ଟେନିକୋଏଟ ଚାମ୍ପିଅନସିପ୍ ଓ ଓଡ଼ିଶା ଟିମ୍‌ ଚୟନ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ସଭାପତି ଅଧ୍ୟାପକ ଗୋଲକ ନାୟକଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ହୋଇଥିଲା। ଓଲଙ୍ଗ ସରପଞ୍ଚ ତଥା ପୂର୍ବତନ କ୍ରିକେଟ ଖେଳାଳି ଅକ୍ଷୟ ପ୍ରସାଦ ମହାନ୍ତି ମୁଖ୍ୟଅତିଥି ଓ ଦେବୀଦତ୍ତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଦିନିକିଅା ଦିବାରାତ୍ର ଖେଳକୁ ଉଦ୍‌ଘାଟନ କରିଥିଲେ।

ଏଥିରେ ୧୦ଟି ଜିଲ୍ଲାରୁ ୬୦ଜଣ ଖେଳାଳି ଯୋଗ ଦେଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଖେଳକୁ ଅରୁଣ ନାୟକ, ମନୋରଂଜନ ଦାସ, ଭବେଶ ଦାସ, ସୁବାସ ଦୀକ୍ଷିତ, ରାଜତିଳକ ସ୍ବାଇଁ, ଚନ୍ଦନ ଦେ, ମହମ୍ମଦ ମମତାଜ, ରଶ୍ମୀ ପାତ୍ର, ମୋନାଲିସା ରାଉତ, ସଂଧ୍ୟାରାଣୀ ପାଣିଗ୍ରାହୀ ଓ ରାଜେଶ ପ୍ରମୁଖ ପରିଚାଳନା କରିଥିଲେ। ପୁରୁଣା ଖେଳାଳି ଦୟା, ରାଜେଶ, ନାରାୟଣ, ସୁଇଟ୍‌ସ୍ମିତା ପ୍ରମୁଖ ଖେଳ ତଦାରଖ କରିଥିଲେ। ସନ୍ଧ୍ୟାରେ ପୁରସ୍କାର ବିତରଣ ଉତ୍ସବ ହୋଇଥିଲା। ଏଥିରେ ବାଳିକା ବିଭାଗରେ କଟକର ଚନୀ ପରିଡା ଚାମ୍ପିଅନ ହୋଇଥିବା ବେଳେ ବାଳକ ବିଭାଗରେ ଭଦ୍ରକର ନିର୍ମଳ ସେନ ଚାମ୍ପିଅନ୍ ହୋଇଥିଲେ।

ସମ୍ବନ୍ଧିତ ଖବର