ରେଳ ବଜେଟ୍‌-୨୦୨୦ : ଓଡ଼ିଶା ପାଇଁ ୪୩୭୩ କୋଟିର ବ୍ୟୟବରାଦ

ଭୁବନେଶ୍ୱର : ୨୦୨୦ର ରେଳ ବଜେଟରେ ଓଡ଼ିଶା ପାଇଁ ପ୍ରାୟ ୪୩୭୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାକୁ ମିଶାଇ ସମଗ୍ର ପୂର୍ବତଟ ରେଳପଥକୁ ମୋଟ ୫୮୬୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗତ ବର୍ଷ ଓଡ଼ିଶାକୁ ପ୍ରାୟ ୪୫୯୩ କୋଟି ମିଳିଥିଲା ।

ନୂଆ ପ୍ରକଳ୍ପଭାବେ ଏଥର ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ରେଳପଥକୁ ମଂଜୁରୀ ମିଳିଛି । ମୋଟ ୨୪୧ କିଲୋମିଟର ଲମ୍ବ ଏହି ପ୍ରକଳ୍ପ ପାଇଁ ୨୯୫୭ କୋଟି ଟଙ୍କା ମଂଜୁର କରାଯାଇଛି । ନିତି ଆୟୋଗର ଚୂଡ଼ାନ୍ତ ମଂଜୁରୀ ପରେ ଏହା କାର୍ଯ୍ୟକାରୀ ହେବ । ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ରେଳପଥ ପାଇଁ ସର୍ବାଧିକ ୫୨୦ କୋଟିର ବ୍ୟୟବରାଦ କରାଯାଇଛି । ଗତ ବର୍ଷ ଏହି ପ୍ରକଳ୍ପ ପାଇଁ ୩୫୦ କୋଟିର ବ୍ୟୟବରାଦ କରାଯାଇଥିଲା ।

ନୂଆ ପ୍ରକଳ୍ପ ଭାବେ ଏଥର ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ରେଳପଥକୁ ମଂଜୁରୀ ମିଳିଛି । ମୋଟ ୨୪୧ କିଲୋମିଟର ଦୀର୍ଘ ଏହି ପ୍ରକଳ୍ପ ପାଇଁ ୨୯୫୭ କୋଟି ଟଙ୍କା ମଂଜୁର କରାଯାଇଛି । ନିତି ଆୟୋଗର ଚୂଡ଼ାନ୍ତ ମଂଜୁରୀ ପରେ ଏହା କାର୍ଯ୍ୟକାରୀ ହେବ । ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ରେଳପଥ ପାଇଁ ସର୍ବାଧିକ ୫୨୦ କୋଟିର ବ୍ୟୟବରାଦ କରାଯାଇଛି । ଗତ ବର୍ଷ ଏହି ପ୍ରକଳ୍ପ ପାଇଁ ୩୫୦ କୋଟିର ବ୍ୟୟବରାଦ କରାଯାଇଥିଲା ।

ସେହିପରି ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ ୪୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ହରିଦାସପୁର-ପାରାଦୀପ ରେଳପଥ ପାଇଁ ୧୦୦ କୋଟି, ତାଳଚେର-ବିମଳାଗଡ଼ ରେଳପଥ ପାଇଁ ୧୪୦ କୋଟି, ଜୟପୁର-ମାଲକାନଗିରି ରେଳପଥ ପାଇଁ ୩୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ସେହିପରି ସମ୍ବଲପୁର-ତାଳଚେର ରେଳପଥର ଦୋହରୀକରଣ ପାଇଁ ୨୯୨ କୋଟି, ସମ୍ବଲପୁର-ଟିଟିଲାଗଡ଼ ରେଳପଥ ଦୋହରୀକରଣ ପାଇଁ ୩୮୨କୋଟି, ଟିଟିଲାଗଡ଼-ବିଜୟନଗରମ ୩ୟ ଲାଇନ ପାଇଁ ୩୮୦ କୋଟିର ବ୍ୟୟବରାଦ କରାଯାଇଛି । ସେହିପରି ଭଦ୍ରକ-ନିର୍ଗୁଣ୍ଡି ୩ୟ ଲାଇନ ପାଇଁ ୧୦୨ କୋଟି ଟଙ୍କା ଓ ବୁଢାପଙ୍କ-ଶାଳଗାଁ ୩ୟ ଲାଇନ ପାଇଁ ୨୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାରେ ରେଳବାଇ ବିଦ୍ୟୁତୀକରଣ ପାଇଁ ୧୮୦ କୋଟିର ବ୍ୟୟବରାଦ କରାଯାଇଛି ।

ସମ୍ବନ୍ଧିତ ଖବର