ହଜାରେ କୋଟି କେନ୍ଦ୍ରୀୟ ଅନୁଦାନ ହରାଇବ ଓଡ଼ିଶା

ଅଧାରେ ରହିଲା ୧୫ରୁ ଅଧିକ ସ୍କିମ; କ୍ଷତି ସହିବ ଚାଷୀ, ସରକାର ନିରବ

ଭୁବନେଶ୍ବର : ହଜାରେ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ହୋଇପାରେ ଓଡ଼ିଶା। ଏହାକୁ ଫେରି ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ ହୋଇନାହିଁ। ବରଂ ଏତେ ଟଙ୍କାର କ୍ଷତି ହେବାରୁ ୨୦୨୧-୨୨ କୃଷି ବିଜେଟ ଅନୁସାରେ କାର୍ଯ୍ୟକାରୀ ହୋଇଥିବା ଗୁରୁତ୍ବପୂର୍ଣ୍ଣ ସ୍କିମ୍‌ ଅଧାରେ ରହିଯାଇଛି।

The News Minute

ଆସନ୍ତା ୩୦ ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ। ଏଥିରେ ସ୍ବତନ୍ତ୍ର ଭାବରେ ସ୍ଥାନ ପାଇବ କୃଷି ବଜେଟ। ଗତବର୍ଷ କୃଷି, ମତ୍ସ୍ୟ, ପଶୁପାଳନ, ଜଳସମ୍ପଦ ଭଳି ସମାନ ବର୍ଗ ପାଇଁ ସ୍ବତନ୍ତ୍ର ଭାବରେ ୧୦ ହଜାର ୭୦୫ କୋଟି ଟଙ୍କାର ବଜେଟ ଖର୍ଚ ହେଉଥିବା ଦର୍ଶାଯାଇଥିଲା। ଏଥିରେ ୫୦ଟି ସ୍କିମ ରହିଥିଲା। ସେଥିରୁ ୧୫ଟି ସ୍କିମ କେନ୍ଦ୍ରୀୟ ଅନୁଦାନରେ କରାଯାଉଥିଲା। ୨୦୨୧-୨୨ କେନ୍ଦ୍ରୀୟ ବଜେଟ ଅନୁସାରେ ଓଡ଼ିଶାକୁ କେନ୍ଦ୍ର ପକ୍ଷରୁ ୧୩୪୩ କୋଟି ଟଙ୍କା ମିଳିବା ଉଚିତ। ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ମାତ୍ର ୧୦ ପ୍ରତିଶତ ଟଙ୍କା ମିଳିଛି। କେନ୍ଦ୍ର ପକ୍ଷରୁ ଟଙ୍କା ମିଳିବାର ଅନ୍ତିମ ତାରିଖ ହେଲା ୩୦ ତାରିଖ। ସେବେ ସୁଦ୍ଧା ଅତି ବେଶିରେ କେନ୍ଦ୍ର ସରକାର ତତ୍ପର ହେଲେ ଆଉ ୨ ପ୍ରତିଶତ ମିଳିବା ନେଇ ଆକଳନ କରାଯାଉଛି। ଅର୍ଥାତ ଓଡ଼ିଶା ଏକ ହଜାରରୁ ଊର୍ଧ୍ବ କୋଟି ଟଙ୍କାର କ୍ଷତି ସହିବା ସ୍ପଷ୍ଟ ବୋଲି ସୂଚନା ମିଳିଲାଣି। ଏଥିଯୋଗୁଁ ଯେଉଁ ସ୍କିମ ବାଧାପ୍ରାପ୍ତ ହୋଇଛି ଏବଂ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ସେଗୁଡ଼ିକ ହେଲା ଜାତୀୟ କୃଷି ବିକାଶ ଯୋଜନା, ଜାତୀୟ ଉଦ୍ୟାନ ମିସନ, କୃଷି ମେକାନିଜମ, ଜାତୀୟ ଖାଦ୍ୟ ସୁରକ୍ଷା ମିସନ ଏବଂ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା।

Ayushvedah.com

ଚଳିତ ବଜେଟ୍‌ରେ ଆସିବ ପଣସ ମିସନ ସହିତ ଆହୁରି ଅନେକ ଯୋଜନା

ଅପରପକ୍ଷରେ ୨୦୨୧ ମସିହାରେ କାର୍ଯ୍ୟକାରୀ ହୋଇଥିବା ସିଙ୍ଗିଲ ନୋଡାଲ ଆକାଉଣ୍ଟ ବ୍ୟବସ୍ଥା ଟଙ୍କା ବିଳମ୍ବର ପ୍ରମୁଖ କାରଣ ବୋଲି କୁହାଯାଉଛି। ନୂଆ ନିୟମ ଅନୁସାରେ, କେନ୍ଦ୍ର ସରକାର ଦେଉଥିବା ଟଙ୍କାର ତିନି ଚତୁର୍ଥାଂଶ ରାଜ୍ୟଗୁଡ଼ିକ ଖର୍ଚ କରି ବିନିଯୋଗ ପତ୍ର ଦାଖଲ କଲେ ବାକି ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି। ପ୍ରଥମତଃ ଏହି ଆକାଉଣ୍ଟ ରୂପରେଖ ଏବଂ ଏହାର ଖୋଲିବା ପ୍ରକ୍ରିୟା ନେଇ ଅନେକ ସମୟ ନଷ୍ଟ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଖୋଲାଯିବା ପରେ ବି ଟଙ୍କା ଆସିପାରୁ ନାହିଁ। କେନ୍ଦ୍ର ଏଥିପ୍ରତି ଦୃଷ୍ଟି ଦେଉ ନାହିଁ। କିନ୍ତୁ ରାଜ୍ୟ ସରକାର ମଧ୍ୟ ଏତେ କୋଟି ଟଙ୍କାରୁ ବଞ୍ଚିତ ହେବା ନେଇ କୌଣସି ଗୁରୁତ୍ବ ଦେଉନାହାନ୍ତି। ଏଭଳି ସ୍ଥିତିରେ ଏହି ସ୍କିମ ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ନହେବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପରିଚାଳିତ ୩୫ଟି ସ୍କିମରେ ସମୁଦାୟ ବଜେଟର ୮୦ ପ୍ରତିଶତ ଟଙ୍କା ଖର୍ଚ ହୋଇଥିବା କୃଷି ବିଭାଗ କହିଛି। ନିର୍ଦିଷ୍ଟ ଭାବରେ କୃଷି ବଜେଟ ପାଇଁ କେତେ ଟଙ୍କା ଖର୍ଚ ହେବ ଏହା ସ୍ପଷ୍ଟ ନୁହେଁ। ଚଳିତ ବର୍ଷ ବଜେଟରେ ନୂତନ ଭାବରେ ମିଲେଟ ମିସନ ଢାଞ୍ଚାରେ ପଣସ ମିସନ କାର୍ଯ୍ୟକାରୀ ହେବ। ମିଲେଟ ମିସନର ଅଭିବୃଦ୍ଧି ହେବ। ଏଥିସହିତ ଆଉ କିଛି ନୂତନ ସ୍କିମ ବଜେଟରେ କାର୍ଯ୍ୟକାରୀ ହେବ। ଏଥିପାଇଁ କୃଷି, ଉଦ୍ୟାନ, ମତ୍ସ୍ୟ ବିଭାଗ ନିର୍ଦେଶାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ବଜେଟ ଉପସ୍ଥାପନ ଦିନ ଏହା ସ୍ପଷ୍ଟ ହୋଇପାରିବ।

ସମ୍ବନ୍ଧିତ ଖବର